Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ନୀତିଶ ଦେଲେ ବିଜେପିକୁ ଝଟ୍‌କା, ବିରୋଧୀଙ୍କ ସହ ମିଳାଇଲେ ହାତ, କହିଲେ- ‘ପେଗାସସ୍‌’ ମାମଲାର ତଦନ୍ତ ଜରୁରୀ

2/08/2021 at 8:04 PM

ପାଟନା ୦୨/୦୮: ପେଗାସସ୍‌ ଗୁଇନ୍ଦାଗିରି ମାମଲାକୁ ନେଇ ଭାରତୀୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ସରକାରଙ୍କ ଉପରେ ଫୋନ୍‌ ଟ୍ୟାପିଂ ଅଭିଯୋଗ ଆଣି ବିରୋଧୀ ଲଗାତାର ଟାର୍ଗେଟ କରୁଛନ୍ତି। ଏନେଇ ତଦନ୍ତ କରିବାକୁ ଦାବି ମଧ୍ୟ ଜୋର ଧରିଛି । ପେଗାସସ୍‌ ପ୍ରସଙ୍ଗରେ ସଂସଦ ମଧ୍ୟ ଚାଲିପାରିନଥିଲା। ବିରୋଧୀଙ୍କ ଦାବି ଅନୁସାରେ ଏକ ସଂସଦୀୟ କମିଟି ଗଠନ କରି ପୂରା ମାମଲାର ଯାଞ୍ଚ କରାଯାଉ। ସେପଟେ ବିଜେପିର ସହଯୋଗୀ ଦଳ ଜେଡିୟୁର ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ମାମଲାରେ ବିରୋଧୀଙ୍କ ସମର୍ଥନରେ ଆସିଛନ୍ତି ।

ବିରୋଧୀଙ୍କ ଦାବିକୁ ସମର୍ଥନ କରିଛନ୍ତି ନୀତିଶ କୁମାର । ଏନଡିଏ ସହଯୋଗୀ ନୀତିଶ କୁମାର ପେଗାସସ୍‌ ମାମଲାରେ ତଦନ୍ତ ପାଇଁ ଦାବି କରିଛନ୍ତି । ଜନତା ଦରବାର ଶେଷ ହେବା ପରେ ସେ କହିଛନ୍ତି, ଟେଲିଫୋନ୍‌ ଟ୍ୟାପିଂ ପ୍ରସଙ୍ଗ ଅନେକ ଦିନ ହେଲା ସାମ୍ନାକୁ ଆସିଲାଣି। ଏଥିରେ ଯାଞ୍ଚ ହେବା ଜରୁରୀ। ଏନେଇ ପ୍ରଥମରୁ କହିଥି​‌ଲେ ବୋଲି ମଧ୍ୟ ନୀତିଶ କହିଛନ୍ତି ।

ଏହା ବ୍ୟତୀତ ସେ ଆହୁରି କହିଛନ୍ତି, ‘ଆଜିକାଲି କିଏ କେତେ​‌ବେଳେ କଣ କରିବ କହିବା ମୁସକିଲ୍‌, ତେଣୁ ମୋ ମତରେ ଏହି ମାମଲାରେ ପ୍ରତ୍ୟେକ ଦୃଷ୍ଟିକୋଣକୁ ନଜରରେ ରଖି ପଦକ୍ଷେପ ନେବା ଆବଶ୍ୟକ।’ ସେହିଭଳି କଣ ହେଉଛି କି ନାହିଁ ସଂସଦ​‌ରେ ଆଲୋଚନା ହେଉଛି। କିନ୍ତୁ ଗଣମାଧ୍ୟମରେ କଣ ଆସୁଛି ତାହା ଆମେ ଦେଖୁଛୁ। କିଏ କାହା  ଫୋନ୍‌ କଲ୍‌ ଶୁଣୁଛି ଏନେଇ ଯାଞ୍ଚ ହେବା ଦରକାର। ଯଦି ଜଣଙ୍କୁ ଅସୁବିଧାରେ ପକାଇବାକୁ ଏହି ଭଳି କାର୍ଯ୍ୟ ହେଉଛି ତେବେ ବନ୍ଦ ହେବା ଦରକାର ବୋଲି ନୀତିଶ କହିଛନ୍ତି।

ଗୋଟିଏ ପଟେ ବିରୋଧୀଙ୍କ ସ୍ବରରେ ସ୍ବର ମିଳିଇଥିବା ନୀତିଶ କୁମାର କିନ୍ତୁ କେନ୍ଦ୍ରକୁ ଟାର୍ଗେଟ ବେଳେ ନରମି ଯାଇଛନ୍ତି। ତାଙ୍କ ଅନୁସାରେ ପେଗାସସ୍‌ ମାମଲା ପ୍ରକୃତରେ କଣ ତାହା ତାଙ୍କୁ ବିଶେଷ ଭାବେ ଜଣାନାହିଁ। ସେ କେବଳ ପଢ଼ି ଏବଂ ଦେଖି କିଛି କିଛି କଥା ଜାଣିଛନ୍ତି। ଯଦି ସରକାର ଏହି ଅଭିଯୋଗକୁ ଖଣ୍ଡନ କରୁଛନ୍ତି ତେବେ ଏହାକୁ ମଧ୍ୟ ସାମ୍ନାକୁ ଆଣିପାରିବେ ବୋଲି ପରାମର୍ଶ କରିଛନ୍ତି ନୀତିଶ କୁମାର ।

   Related Posts