ବିଧାନସଭାରେ ଚାଲିଛି ତିନି ଦଳ ଭିତରେ ଛକା ପଞ୍ଝା, କେଉଁ ପ୍ରସଙ୍ଗରେ କିଏ କାହା ସହ ମିଶିଯାଉଛି ଓ କାହାକୁ ଟାର୍ଗେଟ କରୁଛି ତାହା ଆକଳନ କରିବା ମୁସ୍କିଲ, ପଢନ୍ତୁ ପୂରା ରିପୋର୍ଟ…

Published By : Prameya-News7 Bureau | August 02, 2019 IST

ଭୁବନେଶ୍ବର୨|୮: ବିଧାନସଭାରେ ବଳ କଷାକଷି । କେମିତି ଅନ୍ୟଦଳକୁ ପଛରେ ପକାଇ ହେବ ସେଇ ପ୍ରତିଯୋଗିତାରେ ୩ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଆଜି ବିଧାନସଭାର ଚିତ୍ର ଏଭଳି କିଛି ବୟାନ କରିଛି । କେତେବେଳେ ଟ୍ରିପଲ ତଲାକ ପ୍ରସଙ୍ଗରେ ବିଜେଡି-କଂଗ୍ରେସ ଏକ ହୋଇ ବିଜେପିକୁ ଏକଘରିକିଆ କରିବାକୁ ଚେଷ୍ଟା କରିଛନ୍ତି ତ କେତେବେଳେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିଜେପି ଓ ବିଜେଡିକୁ କଣଠେସା କରିବାକୁ ଚେଷ୍ଟା କରିଛି କଂଗ୍ରେସ । ପୁଣି କେତେବେଳେ କଂଗ୍ରେସ ଓ ଆଉ କେତେବେଳେ ବିଜେଡିକୁ ନିଶାନା ସାଧିଛି ବିଜେପି ।….

{"id":140116}

ବିଧାନସଭାରେ ବିଜେଡି, ବିଜେପି ଓ କଂଗ୍ରେସ ଛକାଛକି । କିଏ କାହାକୁ କେତେବେଳେ କାହା କାନ୍ଧରେ ବନ୍ଧୁକ ରଖି ତୀର ମାରୁଛି ତାହା ବୁଝିବା ମୁସ୍କିଲ । କେତେବେଳେ କଂଗ୍ରେସ ଉଭୟ ବିଜେଡି ଓ ବିଜେପିକୁ ନିଶାନା ସାଧିଲାଣି ତ ପୁଣି କେତେବେଳେ କଂଗ୍ରେସ ସହ ମିଶି ବିଜେଡି ବିଜେପିକୁ ନିଶାନା ସାଧିଲାଣି । ଆଉ କେତେବେଳେ ହଠାତ୍ ବିଜେପି ନେତାଏ ବିଜେଡି ବିରୋଧି ସ୍ଲୋଗାନକୁ ଜୋରଦାର କଲେଣି । ଆଜି ବିଧାନସଭାର ପ୍ରଥମାର୍ଦ୍ଧରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଟ୍ରିପଲ ତଲାକ ଉପରେ ଗତକାଲି ବିଜେପି ସଦସ୍ୟ ଦେଇଥିବା ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବାପରେ ଏହାକୁ ଗୃହର ବିବରଣୀରୁ ସିନା ବାଦ୍ ଦେବାକୁ ରୁଲିଙ୍ଗ ଦେଇଥିଲେ ବାଚସ୍ପତି, ହେଲେ ନରସିଂହ ମିଶ୍ର ଏହାକୁ ଉଖୁରାଇ ପୁଣି ନିଶାନା ସାଧିଥିଲେ ଆରଏସଏସ ଉପରକୁ ।

{"id":140117}

କେନ୍ଦ୍ରୀୟ ପଣ୍ୟାଗାର ଓଡ଼ିଶାରୁ ବିହାରକୁ ଉଠିଯାଉଥିବା ପ୍ରସଙ୍ଗ ଉଠାଇଥିଲା ବିଜେଡି,  ବିଜେପିକୁ ଟାର୍ଗେଟ କରିଥିଲା । ବିରୋଧୀଦଳ ନେତା ଏହାର ଜବାବରେ କହିଥିଲେ ଯେ ଏପ୍ରସଙ୍ଗରେ ଓଡିଶାର ବିଜେପି ସାଂସଦମାନେ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ବାନଙ୍କୁ ଭେଟି ପ୍ରତିଶୃତି ପାଇସାରିଛନ୍ତି ଓ ଏଭଳି କିଛି ହେବାର ନାହିଁ ।

{"id":140118}

ହେଲେ ମୁଲତବୀ ପ୍ରସଙ୍ଗ ଆଲୋଚନା ବେଳେ ବିଜେପି ସଦସ୍ୟମାନେ ହଠାତ୍ ବିଜେଡି ବିରୋଧି ନାରା ଜୋରଦାର କରିଦେଇଥିଲେ । ଗତକାଲି ସରକାର ଯେଭଳି ଆକସ୍ମିକ ପାଣ୍ଠି ଉପରେ ଆଣିଥିବା ଆପ୍ରୋପ୍ରିଏସନ ବିଲକୁ ବିନା ଆଲୋଚନାରେ ପାସ କରାଇଲେ ତାହା ଅସାମ୍ବିଧାନିକ କହି ବିଜେପି ନେତାମାନେ ନାରାବାଜି ଆରମ୍ଭ କରିଦେଲେ । ତେଣୁ ଚାଷୀ ଆତ୍ମହତ୍ୟା ଉପରେ କଂଗ୍ରେସ ପକ୍ଷରୁ ଅଣାଯାଇଥିବା ମୁଲତବୀ ଆଲୋଚନାକୁ ହୋହଲ୍ଲା ଭିତରେ ଅଧଘଣ୍ଟାରେ ସାରିବାକୁ ପଡିଥିଲା । ହେଲେ ଚାଷୀ ଆତ୍ମହତ୍ୟା, ଧାନର ଅମଳ ଖର୍ଚ୍ଚକୁ ନେଇ ନରସିଂହ ଯେଉଁ ତଥ୍ୟ ଦେଇଥିଲେ ତାହା ଅସତ୍ୟ କହି ନରସିଂହଙ୍କ କୋର୍ଟକୁ ବଲ୍ ଫିଙ୍ଗିଦେଇଥିଲେ କୃଷିମନ୍ତ୍ରୀ ।

{"id":140120}

 ଟ୍ରିପଲ ତଲାକ ବିଲ ସଂପର୍କିତ କିଛି ଟିକ୍କା ଟିପ୍ପଣିକୁ ନେଇ ବିଧାନସଭା ଗତକାଲିଠାରୁ ଅଚଳ ଥିଲା । ବାରମ୍ବାର ସର୍ବଦଳୀୟ ବୈଠକ ବିଫଳ ହୋଇଥିଲା । ସେହି ପ୍ରସଙ୍ଗରେ ଆଜି ପ୍ରଶ୍ନକାଳ ବି ଚାଲିପାରିନଥିଲା । ତେବେ ବିଜେପି ବିଧାୟକ ଏନେଇ ଗୃହରେ ବିବୃତି ରଖିବା ସହ ଦୁଃଖ ପ୍ରକାଶ କରିବାରୁ ଗୃହ ସ୍ବାଭାବିକ ସ୍ଥିତିକୁ ଫେରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.