ଖୋଳିବା ବେଳେ ମିଳିଲା ୮୦୦୦ ହଜାର ବର୍ଷର ସବୁଠାରୁ ପୁରୁଣା ମୋତି…

Published By : Prameya-News7 Bureau | October 21, 2019 IST

ଆବୁଧାବି୨୧|୧୦: ଆବୁଧାବିରେ ଏକ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳିଛି। ଏକ ପ୍ରଦର୍ଶନରେ ୮୦୦୦ ହଜାର ବର୍ଷର ପୁରୁଣା ମୋତି ପ୍ରଦର୍ଶିତ କରାଯାଇଛି। ପ୍ରତ୍ନତତ୍ତ୍ବବିତଙ୍କ (Archaeologists) ଙ୍କ କହିବା ଅନୁସାରେ ୟେ ସବୁଠାରୁ ପୁରୁଣା ମୋତି। ଅଧିକାରୀଙ୍କ କହିବା ଅନୁସାରେ ନିୟୋଲିଥିକ ଯୁଗରେ ମୋତି ବାଣିଜ୍ୟ ହେଉଥିବା ନେଇ ଏହା ବଳିଷ୍ଠ ପ୍ରମାଣ ।

ସୂଚନାଯୋଗ୍ୟ  ସଂଯୁକ୍ତ ଆରବ୍‌ ଏମରେଟ୍‌ର ରାଜଧାନୀଠାରୁ ବହୁ ଦୂରରେ ଥିବା ମରଓ୍ବା ଦ୍ବୀପ ଅଞ୍ଚଳରେ ଖୋଳିବା ସମୟରେ ଏହି ୮୦୦୦ ହଜାର ବର୍ଷର ପୁରୁଣା ମୋତି ମିଳିଥିଲା। ଆବୁଧାବିର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଅଧ୍ୟକ୍ଷ ଅଲ-ମୁବାରକଙ୍କ କହିବା ଅନୁସାରେ ପୁରୁଣା ମୋତି ପ୍ରମାଣ କରୁଛି ଯେ ତାଙ୍କ ପରମ୍ପରା ଓ ସାଂସ୍କୃତିକ ଇତିହାସ ଅତି ସୁନ୍ଦର ଥିଲା। ଏହି ମୋତି ଦେଶର ପୁରୁଣା ବାସ୍ତୁକଳା ସଂପର୍କରେ ସୂଚନା ଦେଉଛି।

ସଂସ୍କୃତି ବିଭାଗ କହିଛନ୍ତି ଯେ ଆବୁଧାବିକୁ ଭ୍ରମଣ କରି ଆସିଥିବା ଭେନିସ୍‌ର ଅଳଙ୍କାର ବ୍ୟବସାୟୀ ଗ୍ୟାସ୍ପାର୍‌ ବଲବି ୧୬ ଶତାବ୍ଦୀରେ ମୋତିର ସମ୍ବଳ ରୂପରେ ଆବୁଧାବୀ ତଟରେ ଏକ ଦ୍ବୀପର ନାମ କରଣ କରିଥିଲେ। ସଂଯୁକ୍ତ ଆରବ୍‌ ଏମିରେଟସ୍‌ର ଅର୍ଥ ବ୍ୟବସ୍ଥା ମୋତି ବାଣିଜ୍ୟ ଉପରେ ନିର୍ଭର କରୁଥିଲା। କିନ୍ତୁ ୧୯୩୦ ମସିହାରେ ଜାପାନୀ ସଂସ୍କୃତିର ମୋତି ଆସିବା ଫଳରେ ଦେଶରେ ମୋତି ବ୍ୟବସାୟରେ କ୍ଷତି ହୋଇଥିଲା ବୋଲି ଆବୁଧାବିର ପର୍ଯ୍ୟଟନ ବିଭାଗ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.