ପ୍ରଣୟ ବା ଶାରିରୀକ ସମ୍ପର୍କ ସ୍ଥାପନ କରନ୍ତି ନାହିଁ ମୟୂର : ଜାଣନ୍ତୁ ଏମାନଙ୍କ ବିଷୟରେ କେତେକ ରୋଚକ ତଥ୍ୟ

Published By : Prameya-News7 Bureau | August 08, 2019 IST

ନୂଆଦିଲ୍ଲୀ ୮/୮: ମୟୂର ଆମର ଜାତୀୟ ପକ୍ଷୀ। ଏହା ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ। ଆକାଶରେ କଳା ମେଘ ଘୋଟିଆସିଲେ ମୟୂର ଓ ମୟୂରୀ ନୃତ୍ୟ କରିବା ପାଇଁ ସଜ ହୋଇଯାଆନ୍ତି । ମୟୂର ପୁଚ୍ଛମେଲି ନୃତ୍ୟ ଆରମ୍ଭ କରିଦେଇଛାଏ । ପ୍ରେମର ପ୍ରତୀକ ବୋଲି ମୟୁର ଓ ମୟୂରୀଙ୍କୁ ବିବେଚନା କରାଯାଏ । ମୟୂର ପୁଚ୍ଚକୁ ନିଜ ଚୂଳରେ ଖୋସି ଭଗବାନ ଶ୍ରୀକୃଷ୍ଣ ଏହି ପକ୍ଷୀକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିଛନ୍ତି । ଏହି ପକ୍ଷୀ ବିଷରେ ସମସ୍ତେ ଉଣା ଅଧିକେ ବହୁତ କଥା ଜାଣିଛନ୍ତି । କିନ୍ତୁ ଏପରି କିଛି କଥା ଥାଏ ଯାହା ଆପଣ ଜାଣିନଥିବେ। ପ୍ରେମର ପ୍ରତୀକ ବୋଲି କୁହାଯାଉଥିବା ମୟୂର ଓ ମୟୂରୀ କେବେ ପ୍ରଣୟ କରନ୍ତି କରନ୍ତି ନାହିଁ । ଅର୍ଥାତ ଏମାନେ କେବେ ବି ଶାରିରୀକ ସମ୍ପର୍କ ସ୍ଥାପନ କରନ୍ତି ନାହଁ । ଆଜି ଆମେ ଆପଣଙ୍କୁ ମୟୂର ବିଷୟରେ କିଛି ରୋଚକ ତଥ୍ୟ କହିବୁ-

{"id":142203}

୧.ମୟୂର ଆଜୀବନ ବ୍ରହ୍ମଚାରୀ ରହିଥାଏ। ମୟୂରର ଲୁହକୁ ଶୋଷି ମୟୂରୀ ଗର୍ଭବତୀ ହୋଇଥାଏ। ମୟୂର କେବେ ମୟୂରୀ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିନଥାଏ।

{"id":142204}

୨. ମୟୂର ପୁଚ୍ଛକୁ ଭଗବାନ ଶ୍ରୀକୃଷ୍ଣ ଏଥିପାଇଁ ଚୂଳରେ ଲଗାଇଥିଲେ କାରଣ ମୟୂର ବ୍ରହ୍ମଚାରୀ। ସାଧୁ ସନ୍ଥମାନେ ଏଥିପାଇଁ ମୟୂର ପୁଚ୍ଛ ବ୍ୟବହାର କରିଥାଆନ୍ତି।

{"id":142205}

୩.୧୯୬୩ ମସିହା ଜାନୁୟାରୀ ୨୬ତାରିଖରେ ଭାରତ ସରକାରଙ୍କ ଦ୍ବାରା ମୟୂରକୁ ଜାତୀୟ ପକ୍ଷୀ ଘୋଷିତ କରାଯାଇଥିଲା।

{"id":142206}

୪.ଭାରତ ବ୍ୟତୀତ ମିଆଁମାରର ଜାତୀୟ ପକ୍ଷୀ ମଧ୍ୟ ମୟୂର ।

{"id":142207}

୫. ମୟୂର ମୁଣ୍ଡରେ ଏକ ସୁନ୍ଦର ମୁକୁଟ ବା ଚୁଳ ଥାଏ।

{"id":142208}

୬. ମୟୂର ସର୍ବଭକ୍ଷକ ଏବଂ ଏହା ପୋକ,ଫୁଲ,ମଞ୍ଜି ଏବଂ ଝିଟିପିଟି ଖାଇଥାଏ। ଏହା ହାନିକାରକ ପୋକ-ଯୋକ ଖାଇଥାଏ,ଏଥିପାଇଁ ଏହାକୁ ଚାଷୀଙ୍କ ମିତ୍ର ବୋଲି କୁହାଯାଇଥାଏ।

{"id":142209}

୭. ମୟୂର ମୟୂରୀ ତୁଳନାରେ ଅଧିକ ସୁନ୍ଦର ,ରଙ୍ଗୀନ ଏବଂ ଉଜ୍ଜ୍ବଳ ହୋଇଥାଏ।

{"id":142210}

୮. ମୟୂର ବେଶୀ ଦୂର ଏବଂ ଉଚ୍ଚ ଯାଏଁ ଉଡ଼ିପାରେ ନାହିଁ।

{"id":142211}

୯. ମୟୂର ୨୦ବର୍ଷ ଯାଏଁ ବଞ୍ଚିଥାଏ।

{"id":142212}

୧୦. ମୟୂର ଦଳରେ ରହିବା ପସନ୍ଦ କରିଥାଏ। ଗୋଟିଏ ଦଳରେ ୬ରୁ ୧୦ଟି ଯାଏଁ ମୟୂର ରହିଥାଆନ୍ତି।

{"id":142214}

୧୧. ମୟୂର ପ୍ରସିଦ୍ଧ ନର୍ତ୍ତକ ।

{"id":142216}

୧୨. ମୟୂର ଯେତେବେଳେ ନୃତ୍ୟ କରିଥାଏ ସେତେବେଳେ ସେ ନିଜ ପୁଚ୍ଛ ମେଲାଇଥାଏ।

{"id":142217}

୧୩.ମୟୂରର କଣ୍ଠ କର୍କଶ ହୋଇଥାଏ।

{"id":142219}

୧୪. ମୟୂରର ପୁଚ୍ଛ ପର୍ସ,ଜ୍ୟାକେଟ ଏବଂ ଅନେକ ସୁନ୍ଦର ଜିନିଷ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଇଥାଏ।

{"id":142220}

୧୫.ଭାରତରେ ମୟୂର ଶିକାର ଉପରେ କଟକଣା ଜାରି କରାଯାଇଛି। ଏହା ୧୯୭୨ମସିହା ଭାରତୀୟ ବନ୍ୟଜୀବ ସଂରକ୍ଷଣ ଅଧିନିୟମ ଅନୁସାରେ ପୂରାପୂରି ସୁରକ୍ଷିତ।

{"id":142226}

୧୬. ହିନ୍ଦୁ ସମାଜରେ ମୟୂରର ଧାର୍ମିକ ମହତ୍ତ୍ବ ରହିଛି। ଭଗବାନ ଶିବଙ୍କ ପୁତ୍ର କାର୍ତ୍ତିକେୟଙ୍କ ବାହନ ମୟୂର।

{"id":142237,"width":566,"height":377}

୧୭. ବାସ୍ତୁ ଦୋଷ ଦୂର କରିବା କ୍ଷେତ୍ରରେ ମୟୂର ପୁଚ୍ଛର ବିଶେଷ ଭୂମିକା ରହିଛି ।

{"id":142238}

୧୮. ନକରାତ୍ମକ ଶକ୍ତି ଦୂର କରିବା ପାଇଁ ମୟୂର ପୁଚ୍ଛ ବେଶ ସହାୟକ ହୋଇଥାଏ ବୋଲି ବିଶ୍ବାସ ରହିଛି ।

{"id":142239}

୧୯. ଦେବ ଦେବୀଙ୍କ ଆଲଟ ପାଇଁ ମଧ୍ୟ ମୟୂର ପୁଚ୍ଛର ବିଞ୍ଚଣା ବ୍ୟବହାର ହୋଇଥାଏ ।

{"id":142240}

୨୦. ଭୟଦୂର କରିବା ଲାଗି ମୟୂର ପୁଚ୍ଛ ଧାରଣ କରାଯାଇପାରେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।   

{"id":142241}

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.