Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପୋଲିସ ଫାୟାରିଂ ରେଞ୍ଜ ଯୋଗୁଁ ବିପଦରେ କଟକର ମୟୂର ଉପତ୍ୟକା, ଶହ ଶହ ମୟୂରଙ୍କ ସୁରକ୍ଷା ବିପନ୍ନ

18/12/2018 at 6:26 PM

କଟକ୧୮|୧୨: କଟକ ନରାଜ ହେଉଛି ପିକକ୍ ଭ୍ୟାଲି । ଏଠି ରୁହନ୍ତି ଶହ ଶହ ମୟୁର । ଏସବୁ ପାଣୁ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ପ୍ରୟାସ ଯୋଗୁଁ ସମ୍ଭବ ହୋଇ ପାରିଛି। ତାଙ୍କ ମୃତ୍ୟୁ ପରେ ନାତି କାହ୍ନୁ ବେହେରା ମୟୂର ସଂରକ୍ଷଣ ଦାୟିତ୍ବ ନେଇଛନ୍ତି । କାହ୍ନୁ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ନରାଜ ଏବେ ପାଲଟିଲାଣି ମୟୁରଙ୍କ ଅଭୟାରଣ୍ୟ । କିନ୍ତୁ ନରାଜ ଜଙ୍ଗଲରେ ପୋଲିସ୍ ର ଫାୟାରିଙ୍ଗ ରେଞ୍ଜ ମୟୂର ସଂରକ୍ଷଣ ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ସୃଷ୍ଟି ହୋଇଛି। …

ମୟୂରଙ୍କ ଅଭୟାରଣ୍ୟ କଟକ ନରାଜ୍ । ପାଣୁ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ପ୍ରୟାସ ଯୋଗୁଁ ନରାଜ୍ ନିକଟ ଜଙ୍ଗଲ ଆଉ ପାହାଡରେ ସମ୍ଭବ ହୋଇପାରିଛି ମୟୂର ସଂରକ୍ଷଣ। ଗତ ବର୍ଷ ପାଣୁଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ମୟୂର ସଂରକ୍ଷଣ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । କିନ୍ତୁ ପାଣୁଙ୍କ ନାତି କାହ୍ନୁ ଚରଣ ବେହେରାଙ୍କର ପ୍ରୟାସରେ ଏବେ ପୁଣି ଥରେ ମୟୂର ସଂରକ୍ଷଣ ନେଇ ଆଶା ସଂଚାର କରିଛି । ଏପରିକି କାହ୍ନୁଙ୍କ ହାତରୁ ଖାଦ୍ୟ ଖାଇବା ପାଇଁ ପ୍ରତିଦିନ ସକାଳେ ଓ ଅପରାହ୍ନରେ ମୟୁର ମାନେ ଚାହିଁ ବସିଥାଆନ୍ତି । କାହ୍ନୁଙ୍କର ଗୋଟିଏ ଡାକରେ ଶହ ଶହ ମୟୂର ଜଙ୍ଗଲ ଭିତରୁ ଉଡି ଆସନ୍ତି। କାହ୍ନୁଙ୍କ ପ୍ରୟାସ ଯୋଗୁଁ ଏଠି ମୟୁର ସଂଖ୍ୟା ବଢିବା ସହ ଏବେ ଏହା ରାଜ୍ୟର ପିକକ୍ ଭ୍ୟାଲି ଭାବେ ସୁନାମ ଅର୍ଜନ କଲାଣି ।

ଏହି ପିକକ୍ ଭ୍ୟାଲି ଦେଖିବା ଲାଗି ଦୈନିକ ଆଖ ପାଖ ଅଞ୍ଚଳରୁ ଲୋକ ଏଠାରେ ଭିଡ ଜମାନ୍ତି । କାହ୍ନୁଙ୍କ ସହ ମୟୁର ସଂରକ୍ଷଣ ପାଇଁ ଏଠି ସ୍ଥାନୀୟ ଲୋକମାନେ ବି ବେଶ୍ ତତ୍ପର । ତେଣୁ ଏଠାରେ କ୍ରମାଗତ ଭାବେ ମୟୁର ସଂଖ୍ୟା ବଢିବାରେ ଲାଗିଛି । ସ୍ଥାନୀୟ ଲୋକ ଓ କାହ୍ନୁ ନିଜର ବ୍ୟକ୍ତିଗତ ପ୍ରୟାସରେ ମୟୁରଙ୍କୁ ଖାଦ୍ୟ ଖୁଆଇବା ଓ ସଂରକ୍ଷଣ କାମ କରୁଛନ୍ତି । କିନ୍ତୁ ଏହି ସ୍ଥାନକୁ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ ଜଙ୍ଗଲ କିମ୍ବା ପର୍ଯ୍ୟଟନ ବିଭାଗ ପକ୍ଷରୁ କୌଣସି ପ୍ରୟାସ କରାଯାଇନି । ସେପଟେ ଜଙ୍ଗଲ ଭିତରେ ପୋଲିସ୍ ର ଫାୟାରିଙ୍ଗ ରେଞ୍ଜ ମଧ୍ୟ ମୟୂର ସଂରକ୍ଷଣ ପ୍ରତି ବିପଦ ସୃଷ୍ଟି କରିଛି ।

ଏଠାରୁ ଫାୟାରିଙ୍ଗ ରେଞ୍ଜକୁ ଅନ୍ୟତ୍ର ସ୍ଥାନାନ୍ତର କରି ଜଙ୍ଗଲ ଓ ପରିବେଶ ବିଭାଗ ଏହାକୁ ଏକ ଇକୋ ଟୁରିଜିମ୍ ପ୍ରକଳ୍ପ ଓ ମୟୂର ଉପତ୍ୟକାର ରୂପ ଦେଲେ ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ ହୋଇପାରନ୍ତା ।

   Related Posts