ଘରେ ଏହି ସ୍ଥାନରେ ରଖନ୍ତୁ ମୟୂର ପୁଛ, ଦୂର ହେବ ସମସ୍ତ ଗ୍ରହ ଦୋଷ

Published By : Prameya-News7 Bureau | October 20, 2019 IST

ଜାତୀୟ ପକ୍ଷୀ ମୟୂର ଦେଖିବା ପାଇଁ ଯେତିକି ସୁନ୍ଦର ତା ପୁଚ୍ଛ ମଧ୍ୟ ସେତିକି ଆକର୍ଷକ । ଶାସ୍ତ୍ର ଅନୁସାରେ ମୟୂର ପୁଛ ବେଶ ଶୁଭ ହୋଇଥାଏ। ହିନ୍ଦୁ ଧର୍ମରେ ମୟୂର ପୁଛ କୁ ପବିତ୍ର ବୋଲି କୁହାଯାଏ। ଏଥିପାଇଁ ଘରେ ମୟୂର ପୁଛ ରହିଲେ ସବୁ ଗ୍ରହ ଦୋଷ ଦୂର ହୋଇଥାଏ। ଦୈନଦିନ ଜୀବନରେ ଘରେ ଖୁସିର ଲାଗି ରହେ। ଘରେ ମୟୂର  ପୁଛ ଥିଲେ ଅସଫଳ ଜିନିଷ ସଫଳ ହୋଇଥାଏ। ମୟୂର  ପୁଛ ଦ୍ବାରା ଘରର ପରିବେଶ ସୁଖମୟ ରହିବା ସହ ନ କରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ କାରଣ ମୟୂର ପୁଚ୍ଛ ସକରାତ୍ମକ ଉର୍ଜା ବା ଶକ୍ତିରେ ଭରପୁର । ଭଗବାନ ଶ୍ରୀକୃଷ୍ଣ ସବୁବେଳେ ନିଜ ଚୂଳରେ ମୟୂର ପୁଚ୍ଛ ଖୋସୁଥିଲେ। ତେବେ ମୟୂର ପୁଚ୍ଛର କଣ ବିଶେଷତ୍ବ ରହିଛି ଓ ଏହା କିଭଳି ଗ୍ରହଦୋଷ ଦୂର କରିଥାଏ ଜାଣନ୍ତୁ ।

{"id":172232}

୧- ଶନିବାର ଦିନ ୩ଟି ମୟୂର ପୁଛ ତଳେ କଳା ରଂଗର ସୁତା ବାନ୍ଧି ଏକ ଥାଳିରେ ଫଂଖ ରଖିବା ପରେ ଏକ ବିଶେଷ କାର୍ଯ୍ୟ କରାଯାଏ। ଏହି ମୟୂର ପୁଛରେ ଗଙ୍ଗଜଳ ଛିଂଚି ୨୧ଥର ଓଁ ଶନୈଶ୍ବରାୟ ନମଃ: ଜାଗ୍ରୟ ସ୍ଥାପୟ ସ୍ବାହା ମନ୍ତ୍ର ଜପ କରି ପୂଜା ଘରେ ରଖିଲେ ଘରର ସବୁ ଦୋଷ ଦୂର ହୋଇଥାଏ ଓ ଶନିଙ୍କ କୃପା ମଧ୍ୟ ସବୁବେଳେ ରହିବ।

{"id":172233}

୨- ଶୁକ୍ରବାର ଦିନ ୪ଟି ମୟୂର ପୁଛ ତଳେ ଗୋଲାପି ରଂଗର ସୁତା ବାନ୍ଧି ଥାଳିରେ ରଖନ୍ତୁ। ଏହା ପରେ ଗଙ୍ଗାଜଳ ଛିଂଚି ୨୧ଥର ଓଁ ଶୁକ୍ରାୟ ନମଃ:ଜାଗ୍ରୟ ସ୍ଥାପୟ ସ୍ବାହା ମନ୍ତ୍ର ଜପ କରି ଘରର ଶୟନ କକ୍ଷରେ ରଖିବା ଜରୁରୀ। ଏହି ମୟୂର  ପୁଛ ରହିଲେ ବୈବାହିକ ଜୀବନରେ କୌଣସି ସମସ୍ୟା ହୋଇନଥାଏ। ଜୀବନ ସୁଖମୟ ହୋଇଥାଏ। ଯଦି କାହାର ବିବାହ ନହେବାର ସମସ୍ୟା ରହିଛି ତାହେଲେ ଏହି ମୟୂର  ପୁଛ ରଖିଲେ ଶୀଘ୍ର ବିବାହ ହେବ।

{"id":172234}

୩- ବୁଧୁବାର ଦିନ ୬ଟି ମୟୂର ପୁଛ ତଳେ ସବୁଜ ରଂଗର ସୁତା ବାନ୍ଧି ଥାଳିରେ ରଖନ୍ତୁ। ଏହା ପରେ ଗଙ୍ଗାଜଳ ଛିଂଚି ୨୧ଥର ଓଁ ବୁଧାୟ ନମଃ ଜାଗ୍ରୟ ସ୍ଥାପୟ ସ୍ବାହା ଜପ କରି ଗଣେଶଙ୍କ ମୂର୍ତ୍ତି ପାଖରେ ରଖିବା ଜରୁରୀ। ଏହା ଦ୍ବାରା ଘରର ସବୁ ବାସ୍ତୁ ଦୋଷ ଦୂର ହେବ ତଥା ଘରେ ସୁଖ, ଶାନ୍ତି, ସମୃଦ୍ଧି ରହିବ। ଏହା ସହ ମନୋସ୍କାମନା ମଧ୍ୟ ପୁରଣ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.