ମୟୁର ଅଣ୍ଡା ନେଉଥିଲେ ଯୁବତୀ, ଡେଇଁକି ଆକ୍ରମଣ କଲା ମୟୁର

Published By : Prameya-News7 Bureau | May 28, 2022 IST

ଜୀବ ଜନ୍ତୁଙ୍କର ଅନେକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହେଉଛି। କିଛି ବନ୍ୟ ଜନ୍ତୁଙ୍କର କାମ ନିଆରା ରହୁଥିବା ବେଳେ ସେସବୁ କୁ ଦେଖିବାକୁ ବେଶ୍‌ ପସନ୍ଦ କରୁଛନ୍ତି ଇଣ୍ଟରନେଟ୍‌ ବ୍ୟବହାରକାରୀ। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଯେଉଁଠି ମଣିଷ ଉପରକୁ ଡେଇଁ ଆକ୍ରମଣ କରୁଛି ମୟୁର। ସୋସିଆଲ ମିଡିଆରେ ଏହି ସମୟର ଭିଡିଓ ବେଶ୍‌ ଭାଇରାଲ୍‌ ହେଉଛି।

ଗୋଟେ ସନ୍ତାନର ସବୁଠୁ ବଡ ଶକ୍ତି ହେଉଛି ତା ମାଆ। ସନ୍ତାନର ସୁଖ ପାଇଁ ମାଆ ଯେ କୌଣସି ପ୍ରତିବନ୍ଧକକୁ ପାର୍‌ କରିପାରେ। ପିଲାର ସୁରକ୍ଷା ମାଆ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାମ। ସେମିତି କିଛି ମାତୃତ୍ୱର ଝଲକ୍‌ ଦେଖିବାକୁ ମିଳିଛି ଭାଇରାଲ୍‌ ହେଉଥିବା ଭିଡିଓରୁ । ଏଥିରେ ଜଣେ ମାଆ ତା ପିଲାର ସୁରକ୍ଷା ପାଇଁ ମଣିଷ କୁ ଆକ୍ରମଣ କରିବାକୁ ମଧ୍ୟ ପଛ ଘୁଞ୍ଚା ଦେଉନି।
ଭିଡିଓଟି ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି। ଯେଉଁଥିରେ ଜଣେ ଯୁବତୀ ମୟୁର ଦେଇଥିବା ଅଣ୍ଡାକୁ ନେବାକୁ ଚେଷ୍ଟା କରୁଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି।  ଭିଡିଓକୁ ଟ୍ବିଟରରେ ସେୟାର କରାଯାଇଛି। ଯାହାକୁ ୩.୫ ମିଲିୟନ୍‌ ଲୋକେ ଦେଖିସାରିଲେଣି।  ଯୁବତୀ ଜଣଙ୍କ ଅଣ୍ଡାକୁ ଜଗିକି ରହିଥିବା ମୟୁରକୁ ହଟେଇ ଅଣ୍ଡା ଗୋଟାଇବାକୁ ଚେଷ୍ଟା କଲାବେଳେ ଡେଇଁକି ଯୁବତୀଙ୍କୁ ଆକ୍ରମଣ କରୁଛି ମୟୁର।   

ଭିଡିଓ ଦେଖିବା ପରେ ସୋସିଆଲ ମିଡିଆରେ ଲୋକେ ନାନା ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ଏମିତି ସାହାସ କେବଳ ଜଣେ ମାଆ କରିପାରିବେ ବୋଲି କହିଥିବା ବେଳେ କିଛି ଲୋକ ମୟୁରର ସାହସକୁ ମାନିବାକୁ ପଡିବ ଲେଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.