Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

CAA ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀ ଦେଶଦ୍ରୋହୀ ବା ଦେଶବିରୋଧୀ ନୁହଁନ୍ତି- ହାଇକୋର୍ଟ

15/02/2020 at 11:26 AM

ମୁମ୍ବାଇ ୧୫।୦୨: ସାରାଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିବାଦ ଦେଖାଦେଇଛି । ତେବେ ନାଗରିକତା ସଂଶୋଧନ ଆଇନକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରି ଆନ୍ଦୋଳନ କରୁଥିବା ଲୋକ ଦେଶଦ୍ରୋହୀ ନୁହେଁ ବୋଲି କୋର୍ଟ ରାୟ ଦେଇଛନ୍ତି । ବମ୍ବେ ହାଇକୋର୍ଟର ଔରଙ୍ଗବାଦ ବେଞ୍ଚ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଏପରି ରାୟ ଦେଇଛନ୍ତି ।

ଭିଣ୍ଡ ଜିଲ୍ଲାରେ ସିଏଏକୁ ବିରୋଧ କରି ଆନ୍ଦୋଳନ କରିବାକୁ ପୋଲିସ ଅନୁମତି ଦେଇନଥିଲା । ତେବେ ଏହାକୁ ନେଇ ଆନ୍ଦୋଳନ କାରୀମାନେ ଉପରିସ୍ଥ କୋର୍ଟରେ ଆବେଦନ କରିଥିଲେ । ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ଏହି ମାମଲରେ ଶୁଣାଣି କରି ଏପରି ରାୟ ଦେଇଛନ୍ତି । ଆନ୍ଦୋଳନକୁ ନେଇ ଭିଣ୍ଡ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ (ଏଡିଏମ) ଓ ମଜଲଗାଓ ସିଟି ପୋଲିସଙ୍କ ଦ୍ୱାରା ଦିଆଯାଇଥିବା ୨ ଆଦେଶକୁ ରଦ୍ଦ କରି ଦେଇଛନ୍ତି ଔରଙ୍ଗାବାଦ ବେଞ୍ଚ ।

ଆନ୍ଦୋଳନ କରୁଥିବା ଲୋକମାନେ କେବଳ ଦେଶର ଏକ ଆଇନକୁ ବିରୋଧ କରି ପ୍ରଦର୍ଶନ କରୁଛନ୍ତି । ତେଣୁ ସେମାନଙ୍କୁ ଦେଶଦ୍ରୋହୀ କୁହାଯାଇପାରିବା ନାହିଁ । ସିଏଏ ବିରୋଧରେ ଆନ୍ଦୋଳନ କରିବାକୁ ପୋଲିସ ଅନୁମତି ନଦେବା ବିରୋଧରେ ହୋଇଥିବା ଆବେଦନ ଉପରେ ଶୁଣାଣି ସମୟରେ କୋର୍ଟ ଏହା କହିଛନ୍ତି । ଭାରତକୁ ସ୍ୱାଧୀନତା ସେହି ଆନ୍ଦୋଳନକାରୀଙ୍କ କାରଣରୁ ମିଳିଛି । ଆଜି ପର୍ଯ୍ୟନ୍ତ ହେଲା ଦେଶର ଲୋକମାନେ ଅହିଂସାର ପଥକୁ ବିଶ୍ବାସ କରୁଛନ୍ତି । ଅହିଂସା ମାର୍ଗରେ ହେଉଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି ରାୟ ଦେଇଛନ୍ତି ।

   Related Posts