ସ୍କୁଲରୁ ୪୫ବସ୍ତା ପିଡିଏସ୍ ଚାଉଳ ଜବତ : ହରଡଘଣାରେ ପଞ୍ଚାୟତ କର୍ମଚାରୀ ଓ ସ୍କୁଲ କମିଟି

Published By : Prameya-News7 Bureau | October 29, 2019 IST

କଳାହାଣ୍ଡି ୨୯।୧୦: ବସ୍ତା ପିଡିଏସ ଚାଉଳ ଚୋରା ଚାଲାଣ କରି ହରଡଘଣାରେ ପଚାଂୟତ କର୍ମଚାରୀ ଓ ସରପଚଂ । ଲାଞ୍ଜିଗଡ ଥାନାରେ ଏତଲା ଦେବା ପରେ ୪୫ ବସ୍ତା ଚାଉଳ ସ୍କୁଲରୁ ଜବତ ହୋଇଛି । ଜବତ ଚାଉଳକୁ ପଚଂ।ୟତ ଓ ସ୍କୁଲ ଉଦ୍ଧାରି କାରବାର କହୁଥିବା ବେଳେ ଗ୍ରାମବାସୀ ଚୋରି ଅଭିଯୋଗ ଆଣି ଥାନାରେ ଏତଲା ଦିଆଯାଇଛି। ଲାଞ୍ଜିଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି ।

{"id":176328}

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ ବନ୍ଦପାରୀ ପଚଂ।ୟତ କାର୍ଯ୍ୟାଳୟରୁ ଟ୍ରାକ୍ଟର ଯୋଗେ ୪୫ବସ୍ତା ପିଡିଏସ ଚାଉଳ ଚାଲଣ କରାଯାଇଥିଲା । ଗାଁ ଲୋକେ ଟ୍ରାକ୍ଟରକୁ ପିଛା କରିବାରୁ ୪୫ ବସ୍ତା ଚାଉଳ ବନ୍ଦପାରୀ ପ୍ରାଇମେରୀ ସ୍କୁଲରେ ଅନଲୋଡ୍ କରି ଦିଆଯାଇଥିଲା ।

{"id":176329}

ଏ ନେଇ ଗ୍ରାମବାସୀ ଲାଞ୍ଜିଗଡ ଥାନାରେ ଏତଲା ଦେବା ପରେ ଆଜି ପୋଲିସ ଓ ଲାଞ୍ଜିଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପସ୍ଥିତି ରେ ୪୫ ବସ୍ତା ପିଡିଏସ ଚାଉଳ ଜବତ ହୋଇଛି । ବନ୍ଦପାରୀ ପଚଂ।ୟତ ସରପଚଂ ଚାଉଳ ସ୍କୁଲକୁ ମଧ୍ୟାହ୍ନ ଭୋଜନ ପାଇଁ ଉଧାର ଦିଆଯାଇଥିବା କହୁଥିବା ବେଳେ ବିଡିଓ ପିଡିଏସ ଚାଉଳ କାହାକୁ ଦିଆଯାଇପାରିବ ନାହିଁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ।

{"id":176330}

ସ୍କୁଲ ମଧ୍ୟାହ୍ନ ଭୋଜନ ପାଇଁ ଏକା ସଙ୍ଗେ ୪୫ବସ୍ତା ପିଡିଏସ ଚାଉଳ ଉଧାର ପୁଣି ରାତି ଅଧିଆ ଗ୍ରାମବାସୀ ମାନିବାକୁ ନାରାଜ । ଏଣୁ ମାମଲାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.