Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ପିଡିପିକୁ ଶକ୍ତ ଝଟକା, ଦଳ ଛାଡିଲେ ପ୍ରତିଷ୍ଠାତା ସଦସ୍ୟ ହୁସେନ ବେଗ୍

15/11/2020 at 11:51 AM

ଶ୍ରୀନଗର, ୧୫।୧୧ଜମ୍ମୁ-କାଶ୍ମୀରରେ ପିଡିପିକୁ ଏକ ବଡ ଝଟକା ଲାଗିଛି  । ଦଳର ପ୍ରତିଷ୍ଠାତା ସଦସ୍ୟ ମୁଜଫର ହୁସେନ ବେଗ୍ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଯେ, ମୁଜଫର ଜମ୍ମୁ-କାଶ୍ମୀରରେ ହେଉଥିବା ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିଲେ । ଏହି କାରଣକୁ ସେ ଦଳରୁ ଇସ୍ତଫା ଦେଇଛନ୍ତି ।ଏନେଇ ସେ ଦଳର ସଭାନେତ୍ରୀ ମେହବୁବା ମୁଫତିଙ୍କୁ ଜଣାଇ ଦେଇଛନ୍ତି ।

ହୁସେନ ୧୯୯୮ରେ ଦଳର ପ୍ରତିଷ୍ଠା ସମୟରେ ପିଡିପିରେ ସାମିଲ ହୋଇଥିଲେ । ଏବେସୁଦ୍ଧା କିନ୍ତୁ ହୁସେନଙ୍କ ତରଫରୁ ଦଳ ଛାଡିବାକୁ ନେଇ ପ୍ରତିକ୍ରିୟା ଆସିନାହିଁ । ଦଳୀୟ ସୂତ୍ରାନୁସାରେ, ସେ ସିଟ୍ ଭାଗବଣ୍ଟାକୁ ନେଇ ଖୁସି ନଥିଲେ । ଏପରିକି ଦଳୀୟ ନିଷ୍ପତ୍ତି ବିରୋଧରେ ମୁହଁ ଖୋଲିଥିଲେ । ଏପରିକି ଉତ୍ତର କାଶ୍ମୀରରେ ବିଭିନ୍ନ ପ୍ରାର୍ଥୀ ଚୟନକୁ ନେଇ ସେ ଅସନ୍ତୁଷ୍ଟ ଥିଲେ ।

ସୂଚନାଯୋଗ୍ୟ, ନ୍ୟାଶନାଲ କଂଗ୍ରେସ, ପିଡିପି, ସିପିଏମ ଓ ପିପୁଲ୍ସ କନଫରେନ୍ସ ମିଶି ପିଏଜିଡି ଗଠନ କରିଛନ୍ତି । ଏହାମଧ୍ୟରେ ମୁଫତି ଟ୍ୱିଟ୍ କରିଥିଲେ ଯେ ପିଏଜିଡିକୁ ଜମ୍ମୁ-କାଶ୍ମୀରରେ ଲୋକଙ୍କ ପରିଚୟ ରକ୍ଷା କରିବାକୁ ଗଠନ କରାଯାଇଛି ।

ଏହାପୂର୍ବରୁ ମୁଫତିଙ୍କ ତ୍ରିରଙ୍ଗାକୁ ନେଇ ଦିଆଯାଇଥିବା ବୟାନ ପ୍ରତିବାଦରେ ୩ଜଣ ବରିଷ୍ଠ ନେତା ଦଳ ଛାଡିଥିଲେ । ଏହା ଦେଶବାସୀଙ୍କ ଭାବନାକୁ ଆଘାତ କରିଥିବା ସେମାନେ ଅଭିଯୋଗ କରିଥିଲେ ।

   Related Posts