ଦାଦାଗିରି ପଡିଲା ମହଙ୍ଗା : ନାବାଳକ ଦୋକାନୀଙ୍କୁ ଗୋଇଠା ମାରିଥିବା ପୋଲିସ କର୍ମଚାରୀ ସସ୍‌ପେଣ୍ଡ

Published By : Prameya-News7 Bureau | July 01, 2021 IST

ଭୁବନେଶ୍ବର ୧।୭: ନାବାଳକଙ୍କୁ ଗୋଇଠା ମାରି ନିଲମ୍ବିତ ହେଲେ ୨୯ ନମ୍ବର ପିସିଆର କର୍ମଚାରୀ । ପିସିଆର କର୍ମଚାରୀଙ୍କୁ ନିଲମ୍ବନ କଲେ ଭୁବନେଶ୍ବର ଡିସିପି । ପିସିଆରରେ ଥିବା ଅନ୍ୟ ଚାରି କର୍ମଚାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ହେବ ତଦନ୍ତ । ତଦନ୍ତରେ ସେମାନଙ୍କର ଭୁଲ ଥିଲେ କାର୍ଯ୍ୟାନୁଷ୍ଠାନ ହେବ ।

ସୂଚନାଯୋଗ୍ୟ ଯେ, ଜଣେ ପୋଲିସ କର୍ମଚାରୀ ନାବାଳକଙ୍କୁ ମାରି ଚାଲିଥିଲେ ଗୋଇଠା ପରେ ଗୋଇଠା । ନାବାଳକ ଜଣଙ୍କ ଯେତେ କାକୁତି ମୀନତି ହେଲେ ମଧ୍ୟ ପୋଲିସ ବାବୁ ଛାଡିବାକୁ ନାରାଜ । ଏହାର କାରଣ କ’ଣ ଜାଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହେବେ ।  ନାବାଳକ ଜଣଙ୍କ ଗତ ୨୯ ତାରିଖ ଦିନ ୧ଟା ୩୦ ପରେ ଦୋକାନ ଖୋଲି ଘରକୁ କିଛି ସାମଗ୍ରୀ ନେବାକୁ ଆସିଥିଲେ ।  ଆଉ ସେହି ସମୟରେ ସେ ରାସ୍ତା ଦେଇ ଯାଉଥିବା ୨୯ ନମ୍ବର ପିସିଆରର ନଜର ଦୋକାନ ଉପରେ ପଡିଥିଲା ।  ବାସ୍ କାହିଁକି ଦୋକାନ ଖୋଲିଛୁ ତା ପରେ ପୋଲିସ ବାବୁଙ୍କ ରାଗ ପଞ୍ଚମରେ ।  କେବଳ ମାଡ ମାରି ନଥିଲେ ଉକ୍ତ ନାବାଳକଙ୍କର ଦୋକାନରେ ଥିବା କ୍ଷୀର ପ୍ୟାକେଟ୍ ଓ ପାଉଁରୁଟି, ବିସ୍କୁଟ ମଧ୍ୟ ସାଙ୍ଗରେ ନେଇଯାଇଥିବା ଅଭିଯୋଗ କରିଛନ୍ତି ନାବାଳକ ।.

ତେବେ ୨୯ ନମ୍ବର ପିସିଆର ହେଉଛି ବଡଗଡ ଥାନା ଅଞ୍ଚଳର । କିନ୍ତୁ ଯେଉଁଠାରେ ନାବାଳକ ଦୋକାନ କରିଛନ୍ତି ତାହା ସହିଦ ନଗର ଥାନା ଅଧିନରେ । ତେବେ ସେଠାକୁ ଏହି ପିସିଆର କାହିଁକି ଓ କେଉଁ କାରଣ ଯୋଗୁଁ ଯାଇଥିଲା ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି । ସିସିଟିଭି ଫୁଟେଜରୁ ମାଡ ଘଟଣା ଦେଖିବା ପରେ ସମ୍ପୃକ୍ତ ପିସିଆର କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି ।

କେବଳ ସେତିକିରେ ସରିନି ତଦନ୍ତ । ପିସିଆରରେ ଥିବା ଅନ୍ୟ ୪ ପୋଲିସ କର୍ମଚାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି । ଯଦି ସେମାନଙ୍କର କୌଣସି ସଂପୃକ୍ତି ଏହି ଘଟଣାରେ ଥାଏ ତେବେ ଅନ୍ୟମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.