ଝାରସୁଗୁଡା ଥାନାରେ ପଶିଲା କରୋନା: ପିସିଆର୍ ଡ୍ରାଇଭର କରୋନା ପଜିଟିଭ୍

Published By : Prameya-News7 Bureau | August 11, 2020 IST

ଝାରସୁଗୁଡା୧୧/୮:  ମଙ୍ଗଳବାର ଝାରସୁଗୁଡା ଜିଲ୍ଲାରେ କରୋନା ଗ୍ରାଫ ଉପରମୁହାଁ ହୋଇଛି। ଝାରସୁଗୁଡା ଥାନାରେ ପଶିଲା କରୋନା। ଜିଲ୍ଲାରେ ସର୍ବାଧିକ ଗୋଟିଏ ଦିନରେ ୬୭  ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ହୋଟେଲ ଏବଂ କ୍ବାରେଣ୍ଟାଇନ ସେଣ୍ଟରରୁ ୩୦ ଜଣ  ଏବଂ ବିଭିନ୍ନ କଣ୍ଟେନମେଣ୍ଟ ଜୋନରୁ ୬ ଜଣ ଚିହ୍ନଟ ହୋଇଥିଲା ବେଳେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୨୯ ଜଣ ଚିହ୍ନଟ ହୋଇଛନ୍ତି।

୨ ଜଣ ପୁନର୍ବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଝାରସୁଗୁଡା ଥାନା ପିସିଆର ଗାଡିର ଡ୍ରାଇଭର ଥିବାରୁ ପୋଲିସ ପାଇଁ ଚିନ୍ତା ବଢାଇଲା। କାରଣ ଏହି ଡ୍ରାଇଭର ସଂସ୍ପର୍ଶରେ ପ୍ରାଥମିକ କଣ୍ଟାକ୍ଟ ଟ୍ରେସିଂ ଅନୁସାରେ ୨୨ ଜଣ ପୋଲିସ କର୍ମଚାରୀ ଓ ଅଧିକାରୀ ରହିବାରୁ ସେମାନଙ୍କୁ କ୍ବାରେଣ୍ଟାଇନରେ ଯିବାକୁ ନିର୍ଦ୍ଦେଶ ଦିଆଯାଇ ପାରେ। ଅନ୍ୟପକ୍ଷରେ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ପାଇଁ ହୀରମାରେ ରହିଥିବା ଏସ୍‌ଏମ୍‌ସି ପାଓ୍ବାର କାରଖାନାକୁ ଦାୟୀ କରାଯାଇଛି। ଏସ୍‌ଏମ୍‌ସି କମ୍ପାନୀରେ ୮ ଜଣ କର୍ମଚାରୀଙ୍କ ଠାରେ କରୋନା ପଜିଟିଭ ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାରଖାନାକୁ ସିଲ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.