Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦବଙ୍ଗ ଷ୍ଟାଇଲ୍ : ଆନ୍ଦୋଳନକାରୀ ସଫେଇ କର୍ମଚାରୀଙ୍କୁ ପିସ୍ତଲ ଦେଖାଇଲେ ପିସିଆର ସୁରକ୍ଷାକର୍ମୀ

19/04/2019 at 3:01 PM

ଭୁବନେଶ୍ବର ୧୯|୪: ଦରମା ନପାଇଥିବାରୁ ଜୟଦେବବିହାର ଛକରେ ଆନ୍ଦୋଳନରେ ବସିଥିବା ସଫେଇ କର୍ମଚାରୀଙ୍କ ଉପରକୁ ପିସ୍ତଲ ଦେଖାଇଛନ୍ତି ୧୮ନମ୍ବର ପିସିଆରରେ ଥିବା ଜଣେ ବରିଷ୍ଠ କନେଷ୍ଟେବଳ । ଆନ୍ଦୋଳନରତ କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିବା ନେଇ ସାଧାରଣରେ ଅସନ୍ତୋଷ ଓ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି । ପିସ୍ତଲ ଦେଖାଇଥିବା କନେଷ୍ଟବଳ ହେଲେ ଜଲିଲଉର ଅହମ୍ମଦ ।

ସୂଚନାଯୋଗ୍ୟ ଯେ, ପିସିଆର ଗୁଡିକୁ ଅଧିକ ଦକ୍ଷ କରିବା ଲକ୍ଷ୍ୟରେ ଗତ ମାସରେ ପିସିଆରରେ ଥିବା ବରିଷ୍ଠ ସୁରକ୍ଷାକର୍ମୀମାନଙ୍କୁ ପିସ୍ତଲ ପ୍ରଦାନ କରାଯାଇଥିଲା । ଲୁଟେରାଙ୍କୁ ଧରିବା ଏବଂ ନିଜର ସୁରକ୍ଷା ପାଇଁ ଏମାନଙ୍କୁ ପିସ୍ତଲ ଦିଆଯାଇଥିବାବେଳେ ଆନ୍ଦୋଳନକାରୀଙ୍କୁ ମଧ୍ୟ ପିସ୍ତଲ ଦେଖାଇବା କେତେଦୂର ସମିଚୀନ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

   Related Posts