ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ସାତକୋଶିଆର ସୁନ୍ଦରୀ ମଣିଷ ମାରିବା ଘଟଣାର ଅନୁଧ୍ୟାନ ପାଇଁ ଅନୁଗୁଳ ଗସ୍ତରେ ଯିବେ ପିସିସିଏଫ

15/09/2018 at 4:22 PM

ଅନୁଗୁଳ ୧୫/୯ : ସାତକୋଶିଆର ବାଘୁଣୀ ସୁନ୍ଦରୀ ମଣିଷ ମାରିବା ଘଟଣାର ଅନୁଧ୍ୟାନ ପାଇଁ ଅନୁଗୁଳ ଗସ୍ତରେ ଯିବେ ପିସିସିଏଫ | ଏନେଇ ସାତକୋଶିଆ ଆରସିସିଏଫ ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି | ବନାଞ୍ଚଳ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ପିସିସିଏଫ ବାଘୁଣୀର ଗତିବିଧି ଉପରେ ମଧ୍ୟ ଲକ୍ଷ ରଖିବେ | ସ୍ଥିତି ଅନୁଧ୍ୟାନ ପରେ ରିପୋର୍ଟ ପ୍ରସ୍ତୁତ ହେବ | ଏହି ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ | ବାଘୁଣୀ ସୁନ୍ଦରୀ ଜଣେ ମହିଳାଙ୍କୁ ଆକ୍ରମଣ କରିବା ପରେ ସ୍ଥାନୀୟ ସାତକୋଶିଆରେ ଅଂଚଳରେ ରହୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି | ତୁରନ୍ତ ସୁନ୍ଦରୀକୁ ସ୍ଥାନାଂତର ନକଲେ ମାରିଦେବାକୁ ଚେତାବନୀ ମଧ୍ୟ ଦେଇଛନ୍ତି | ବର୍ତ୍ତମାନ ସୁନ୍ଦରୀ ଆଠମଲ୍ଲିକ ବିପ୍ରଡିହ ଅଂଚଳରେ ନାହିଁ ବୋଲି ସାତକୋଶିଆ ଆରସିସିଏଫ କହିଛନ୍ତି | ମହିଳାଙ୍କୁ ବାଘୁଣୀ ମାରିଛି ନ ନାହିଁ ତାହା ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ଆରସିସିଏଫ କହିଛନ୍ତି | ସୁନ୍ଦରୀକୁ ନେଇ ଆତଙ୍କିତ ନହେବାକୁ ଗ୍ରାମବାସୀଙ୍କୁ ସଚେତନ କରୁଛନ୍ତି |

   Related Posts