ପ୍ରଦେଶ ଯୁବ କଂଗ୍ରସ ସଭାପତି ପାଇଁ ଆରମ୍ଭ ହେଲା କସରତ

Published By : Prameya-News7 Bureau | January 12, 2020 IST

ଭୁବନେଶ୍ୱର ୧୨।୦୧ - ଯୁବ କଂଗ୍ରେସ ସଭାପତି ଚୟନ ନେଇ ଆଜି କଂଗ୍ରେସର ବସିଥିଲା ବୈଠକ। ଯୁବ କଂଗ୍ରେସ ସଭାପତି ହେବା ପାଇଁ ଆଶାୟୀ ଥିବା ଯୁବ ନେତାଙ୍କ ସହ ଆଲୋଚନା କରିଛି ଯୁବ କଂଗ୍ରେସ ସଭାପତି ଚୟନ କମିଟି । ଏଥିପାଇଁ ୪୦ରୁ ଅଧିକ ଯୁବ ନେତା ଆବେଦନ କରିଛନ୍ତି।

{"id":210311,"sizeSlug":"large"}

ଏମାନଙ୍କୁ ଭିତରୁ କମିଟି ୫ ଜଣଙ୍କ ନାଁ ପିସିସିକୁ ପଠାଇବ। ଏପରିକି ନିର୍ବାଚନ ନକରି ସିଧା ଚୟନ କରିବାକୁ ଯୁକ୍ତି ବାଢ଼ିବ। ତିନି ଦିନ ଭିତରେ କମିଟି ତାର ରିପୋର୍ଟ ଦେବ।ଯେଉଁ ଯୁବନେତା ମାନେ କଂଗ୍ରେସ ସହିତ ଦୀର୍ଘ ଦିନ ଧରି ଜଡିତ ଅଛନ୍ତି, ଯେଉଁମାନଙ୍କ ଓଡ଼ିଶା ସାରା ଲିଙ୍କ୍  ଥିବ,  ଯିଏ ଯୁବକଙ୍କୁ ଏକଜୁଟ କରିପାରୁଥିବେ ସେହି ଭଳି ଯୁବ ନେତାଙ୍କୁ  ଯୁବ କଂଗ୍ରେସ ସଭାପତି କରିବା ପାଇଁ କମିଟି ଲକ୍ଷ୍ୟ ରଖିଛି। ଗୋଟିଏ ମାସ ଭିତରେ ଯୁବ କଂଗ୍ରେସ ସଭାପତି ଘୋଷଣା କରାଯିବ। 

{"id":210309,"sizeSlug":"large"}

ମାସକ ଭିତରେ ମହିଳା, ଛାତ୍ର, ଓ ଯୁବ କଂଗ୍ରେସ ସଭାପତି ଘୋଷଣା କରାଯିବ ବୋଲି କହିଛନ୍ତି ପ୍ରଦୀପ ମାଝୀ।  ଯୁବ କଂଗ୍ରେସ ସଭାପତି ଚୟନ କମିଟି ପୂର୍ବତନ ଯୁବ କଂଗ୍ରେସ ସଭାପତିଙ୍କୁ ନେଇ ଗଠିତ ହୋଇଛି । ରଞ୍ଜୀବ ବିଶ୍ବାଳ ଏହାର ଅଧ୍ୟକ୍ଷ ଥିବା ବେଳେ ପ୍ରଦୀପ ମାଝୀ ଆବାହକ ଏବଂ ସଂଗ୍ରାମ ଜେନା, ଓ ରଜତ  ଚୌଧୁରୀ  ସଦସ୍ୟ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.