ପିସିସି ପରିବର୍ତ୍ତନ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ: ବଦଳିବେ ନାହିଁ ରାଜ୍ୟ କଂଗ୍ରେସ ମୁଖିଆ, ସ୍ପଷ୍ଟ କଲେ ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ

Published By : Prameya-News7 Bureau | August 27, 2020 IST

ଭୁବନେଶ୍ବର୨୭/୮:  ବଦଳିବେ ନାହିଁ ରାଜ୍ୟ ପିସିସି ମୁଖିଆ। ଏହା ସହ ଖୁବ୍‌ ଶୀଘ୍ର ଜିଲ୍ଲା କଂଗ୍ରେସ କମିଟି ଉପରେ ନିଷ୍ପତ୍ତି ନେବେ ଏଆଇସିସି। ଯୁବ ନେତୃତ୍ବଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ଦିଆଯିବା କ୍ଷେତ୍ରରେ ବିଶେଷ ପ୍ରାଧାନ୍ୟ ଦିଆଯିବ। ଆଜି ନ୍ୟୁଜ ୭କୁ ଏହା କହିଛନ୍ତି ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ।

ଖୁବ୍ ଶୀଘ୍ର ଘୋଷଣା ହେବ ଜିଲ୍ଲା କଂଗ୍ରେସ କମିଟି ଓ ସଭପତିଙ୍କ ନାଁ ଓ ବଦଳିବେ ନାହିଁ ପିସିସି ମୁଖିଆ। ଆଜି ନ୍ୟୁଜ ୭କୁ ଏହି ସୂଚନା ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଦେଇଛନ୍ତି। ଏହାସହ କିଛି ଦିନ ଧରି ରାଜ୍ୟ କଂଗ୍ରେସ ନେତାଙ୍କ ମଧ୍ୟରେ ପିସିସି ପରିବର୍ତ୍ତନ ଓ ସଂଗଠନକୁ ନେଇ ଚାଲିଥିବା ଛକାପଞ୍ଝା ଓ ଚର୍ଚ୍ଚା ଉପର ଲାଗିଛି ବିରାମ। ଖୁବ୍ ଶୀଘ୍ର  ଏଆଇସିସି ପକ୍ଷରୁ ଜିଲ୍ଲା କଂଗ୍ରେସ କମିଟି ଓ ସଭାପତି ନେଇ ଦିଆଯାଇଥିବା ପ୍ରସ୍ତାବକୁ ସ୍ବୀକୃତି ମିଳବା ପରେ ଆସନ୍ତା ଦୁଇ ଚାରି ଦିନ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କୁ ନେଇ ଘୋଷଣା କରାଯିବ ବୋଲି ଜିତେନ୍ଦ୍ର ସିଂହ କହିଛନ୍ତି। ତେବେ ଏଥର ଜିଲ୍ଲା ସଭାପତି ଲିଷ୍ଟରେ ଅଧିକାଂଶ ଯୁବ ନେତୃତ୍ବ ସ୍ଥାନ ପାଇବେ ବୋଲି ଜିତେନ୍ଦ୍ର ସିଂହ କହିଛନ୍ତି।

ସିଡବ୍ଲୁସି ବୈଠକରେ ଯୁବ ନେତୃତ୍ବକୁ ଉପରେ ରାହୁଲ ଗାନ୍ଧୀ ଯେଉଁ ଗୁରୁତ୍ବ ଦେଉଥିଲେ ତାକୁ ନେଉ କଂଗ୍ରେସ ସାଂଗଠନିକ ସ୍ତରରେ ତାର ରୂପ ରେଖ ପ୍ରସ୍ତୁତ କରୁଛି। ତେଣୁ ଜିଲ୍ଲା ସ୍ତରରେ ଅଧିକ ଯୁବ ନେତୃତ୍ବକୁ ସଂଗଠନର ଦାୟିତ୍ବ ଦେବାକୁ ଏଆଇସିସି ନିଷ୍ପତି ନେଇଛି ଯାହାକୁ ସ୍ବାଗତ କରିଛନ୍ତି ରାଜ୍ୟରେ ଦଳର ବରିଷ୍ଠ ନେତା। ପଞ୍ଚାୟତ ନିର୍ବାଚନ ପୂର୍ବର ତୃଣମୂଳ ସ୍ତରରେ କଂଗ୍ରେସ ନିଜ ସଂଗଠନକୁ ସୁଦୃଢ଼ କରିବାକୁ ଷ୍ଟ୍ରାଟେଜି ବନାଉଛି। ପ୍ରଥମେ ଜିଲ୍ଲା ଓ ପରେ ବ୍ଲକ୍‌  ସହ ପଞ୍ଚାୟତ ସ୍ତରରେ ସଂଗଠନକୁ ମଜବୁତ କରାଯିବ ଉପରେ କଂଗ୍ରେସ ହାଇକମାଣ୍ଡ ଗୁରୁତ୍ବ ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.