Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପୁଣି ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପ୍ରିୟଙ୍କାଙ୍କୁ ଆସିବା ନେଇ ପ୍ରସ୍ତାବ ଦେଇଛି ପିସିସି

8/02/2019 at 1:20 PM

ଭୁବନେଶ୍ବର ୮|୨:  ପୁଣି ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଚଳିତ ମାସ ଶେଷ ସପ୍ତାହରେ ରାହୁଲ ଓଡିଶା ଆସିବେ ବୋଲି ଜଣାପଡିଛି । ତେବେ ରାହୁଲ କେଉଁ ସ୍ଥାନକୁ ଏବ କେଉଁଦିନ ଆସିବେ ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାହୁଲ ଗାନ୍ଧିଙ୍କ ସହ ପ୍ରିୟଙ୍କା ଗାନ୍ଧି ଆସିବାର ସମ୍ଭାବନା ରହିଛି । ତେବେ ପ୍ରିୟଙ୍କାଙ୍କୁ ଓଡିଶା ଗସ୍ତରେ ଆସିବା ପାଇଁ ରାଜ୍ୟ ପିସିସି ପ୍ରସ୍ତାବ ଦେଇଛି । ତେବେ ପୂର୍ବରୁ ପ୍ରିୟଙ୍କା କୋରାପୁଟ ଗସ୍ତରେ ଆସିବା ନେଇ ଆଗରୁ ଚର୍ଚ୍ଚା ହେଉଥିଲା । ତେବେ ଏବେ ରାହୁଲଙ୍କ ଗସ୍ତ ସୂଚନା ପରେ ଉଭୟ କୋରାପୁଟ ଆସିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ତେବେ ପୂର୍ବରୁ ଦୁଇ ଦୁଇ ଥର ଓଡିଶା ଗସ୍ତରେ ଆସିସାରିଲେଣି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଗତ ଜାନୁଆରୀ ୨୫ତାରିଖରେ ଭୁବନେଶ୍ବର ତମାଣ୍ଡୋ ମିନି ଷ୍ଟାଡିୟମ୍ ରେ ଆୟୋଜିତ ରାଜ୍ୟ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇଥିଲେ । ଗତ ୬ତାରିଖରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଏବଂ ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ମଧ୍ୟ ରାଜ୍ୟ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇଥିଲେ । ରାହୁଲ ଓଡିଶା ଗସ୍ତ ସମୟରେ କେନ୍ଦ୍ର ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ । ତେବେ ଏଥରର ଗସ୍ତରେ ରାହୁଲଙ୍କ ଅଭିଭାଷଣରେ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିବ ।

   Related Posts