କୁନ୍ଦୁଲି ତଦନ୍ତ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

Published By : Prameya-News7 Bureau | August 04, 2019 IST

ଭୁବନେଶ୍ବର ୪|୮: କୁନ୍ଦୁଲି ତଦନ୍ତ କମିଶନ ରିପୋର୍ଟ ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଏହି ରିପୋର୍ଟକୁ ମେନୁପୁଲେଟ କରାଯାଇଛି । ଗତକାଲି ବିଧାନସଭାରେ କୁନ୍ଦୁଲି ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ତଦନ୍ତ କମିଶନର ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହୋଇଥିଲା । ରିପୋର୍ଟରେ ମୃତ ପିଡୀତାଙ୍କ ସହ ଗଣ ଦୁଷ୍କର୍ମ ହୋଇଥିବା ନେଇ କମିଶନ ସନ୍ଦେହ ପ୍ରକାଶ କରିଥିଲେ ।

ମୃତ ପିଡୀତା କାହିଁକି ମିଛ କଥା କହିଲେ ଏବଂ ଆତ୍ମହତ୍ୟା କଲେ ତାକୁ ନେଇ ମଧ୍ୟ କମିଶନ ରିପୋର୍ଟରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଦୁଷ୍କର୍ମ ଘଟଣା ତଦନ୍ତକୁ ନେଇ ପ୍ରଶ୍ନ କରିଛନ୍ତି ନିରଞ୍ଜନ ।

ସରକାରୀ ତଦନ୍ତରେ ଘଟଣାକୁ ଚପାଇବାକୁ ପ୍ରୟାସ କରାଯାଇଛି ବୋଲି ସେ କହିଛନ୍ତି । ମୃତ ପିଡୀତାଙ୍କ ବସ୍ତ୍ରରୁ ସିମେନ ଟେଷ୍ଟ ହୋଇଥିଲା । ଗୋଟିଏ ରିପୋର୍ଟ ଦର୍ଶାଉଛି ଦୁଷ୍କର୍ମ ହୋଇଛି ଅନ୍ୟଟି ଦର୍ଶାଉଛି ଦୁଷ୍କର୍ମ ହୋଇନାହିଁ । ନିଜ ଦୋଷ ଲୁଚାଇବାକୁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । କମିଶନଙ୍କୁ ସମସ୍ତ ତଥ୍ୟ ଠିକ୍ ଭାବେ ପ୍ରଦାନ କରାଯାଇନି ବୋଲି ମଧ୍ୟ କହିଛନ୍ତି ନିରଞ୍ଜନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.