Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ଯାକ ଆସନରେ ପଛୁଆ

23/05/2019 at 2:58 PM

ଭୁବନେଶ୍ବର ୨୩|୫: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚଳିତ ଥର ଦୁଇଟି ଆସନରୁ ପ୍ରତିନ୍ଦ୍ବନ୍ଦ୍ବିତା କରୁଥିଲେ । କେନ୍ଦୁଝର ଜିଲ୍ଲା ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳିରେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କୁ ଟକ୍କର ଦେବା ଲାଗି ସେ ମଇଦାନକୁ ଓହ୍ଲାଇଥିବାବେଳେ ସେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀରୁ ମଧ୍ୟ  ପ୍ରାର୍ଥୀ ହୋଇଥିଲେ । ତେବେ ଉଭୟ ଆସନରୁ ସେ ପଛୁଆ ଥିବା ଜଣାପଡିଛି ।

ଘଷିପୁରା ଆସନରେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ଆଗୁଆ ଥିବା ବେଳେ  ଭଣ୍ଡାରିପୋଖରୀରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ଆଗୁଆ ଅଛନ୍ତି । ସୂଚନାଯୋଗ୍ୟ ଯେ, ରାଜନୈତିକ ହିଂସାକାଣ୍ଡ ଦୃଷ୍ଟିରୁ କେନ୍ଦୁଝର ଜିଲ୍ଲାର ଘଷିପୁରା ସବୁଠାରୁ ଅଧିକ ସମ୍ବେଦନଶୀଳ ।

ନିର୍ବାଚନ ସମୟରେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ଓ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ସମର୍ଥକଙ୍କ ମଧ୍ୟରେ ବହୁବାର ରାଜନୈତିକ ହିଂସା ଘଟିଛି । ବଦ୍ରି ପାତ୍ର ଏବଂ ନିରଞ୍ଜନ ପଟ୍ଟନାୟକ ଉଭୟ ପାରମ୍ପରିକ ଶତ୍ରୁ ଭାବେ ମଧ୍ୟ ବେଶ୍ ପରିଚିତ ।

   Related Posts