Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ବିଜେଡି ନେତାଙ୍କୁ ପ୍ରଶଂସା କଲେ ନିରଞ୍ଜନ : କହିଲେ ସେମାନଙ୍କଠାରୁ କିଛି ଶିଖିବା କଥା

6/10/2019 at 12:38 PM

ଭୁବନେଶ୍ବର ୬।୧୦: ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଗତକାଲି ଆମ୍ବୁଲାନ୍ସରେ ତେଲ ସରିବା ଯୋଗୁଁ ଗର୍ଭବତୀଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି, ତାହା ତଳ ସ୍ତରରେ କାର୍ଯ୍ୟକାରି ହେଉନାହିଁ । ମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି କେବଳ ପବ୍ଲିସିଟି ପାଇଁ, ଆନ୍ତରିକତା ନାହିଁ । ବିଜେଡି ନେତାଙ୍କୁ ପ୍ରଶଂସା କଲେ ନିରଞ୍ଜନ । ବିଜେଡି ନେତାମାନେ ବିଜେପୁରରେ ପଡିରହି କର୍ତ୍ତବ୍ୟ କରୁଛନ୍ତି । ସେମାନଙ୍କଠାରୁ କିଛି ଶିଖିବା କଥା ବୋଲି ନିରଞ୍ଜନ କହିଛନ୍ତି ।

ସେହିପରି ଖଣି ନିଲାମ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ନିରଞ୍ଜନ । ରାଜ୍ୟ ସରକାର ୭୦ ପ୍ରତିଶତ ଖଣି ନିଜ ହାତରେ ରଖନ୍ତୁ । ଖଣି ହିଁ ଓଡିଶାର ପାଣ୍ଠି, ନଚେତ୍ ଓଡ଼ିଶାର ଭବିଷ୍ୟତ ଅନ୍ଧକାର । ରାଜ୍ୟ ସରକାର ଖଣିର ପରିଚାଳନା ପାଇଁ ଆବଶ୍ୟକ ହେଲେ ଆଉ ଗୋଟିଏ ନିଗମ କରନ୍ତୁ । ଯେ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ହାତରେ ଖଣି ନଥିବ, ବଡ ଇସ୍ପାତ କାରଖାନା ଏଠି ହେବ ନାହିଁ ।

   Related Posts