ବିଜେପୁର ଉପ ନିର୍ବାଚନ : ଅସନ୍ତୁଷ୍ଟ ରିପୁନାଥ ସେଠ୍‌ଙ୍କୁ ମନାଇଲେ ନିରଞ୍ଜନ ପଟ୍ଟନାୟକ

Published By : Prameya-News7 Bureau | October 10, 2019 IST

ଭୁବନେଶ୍ବର ୧୦।୧୦: ବିଜେପୁରର ବରିଷ୍ଠ ନେତା ରିପୁନାଥ ସେଠ୍ଙ୍କୁ ମନାଇଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନଙ୍କ ଘରେ ରିପୁନାଥ ସେଠ୍‌ଙ୍କ ସହ ଚାଲିଥିଲା ଆଲୋଚନା । ଅସନ୍ତୁଷ୍ଟ ରିପୁନାଥ ସେଠ୍‌ଙ୍କ ସହ ଆଲୋଚନା କରିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବିଜେପୁର ଉପ ନିର୍ବାଚନରେ ଟିକେଟ୍ ନମିଳିବାରୁ ଅସନ୍ତୁଷ୍ଟ ଥିଲେ ରିପୁନାଥ । ଫଳରେ ନିରଞ୍ଜନଙ୍କ ବିରୋଧରେ ବିଷୋଦଗାର କରିଥିଲେ । କଂଗ୍ରେସ ପାଇଁ ପ୍ରଚାର କରିବେ ନାହିଁ ବୋଲି ମଧ୍ୟ କହିଥିଲେ ରିପୁନାଥ । ରିପୁନାଥଙ୍କୁ ମନାଇବାକୁ ପ୍ରୟାସ ଜାରି ରଖିଥିଲେ ନିରଞ୍ଜନ ପଟ୍ଟନାୟକ । ତେବେ ରିପୁନାଥ ମାନିଯାଇଥିବା ସୂଚନା ମିଳିଛି । ସେ କଂଗ୍ରେସ ପାଇଁ ବିଜେପୁରରେ ପ୍ରଚାର କରିବାରୁ ରାଜି ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ବିଜେପୁର ଉପ ନିର୍ବାଚନ ପାଇଁ କଂଗ୍ରେସ ଟିକେଟ୍ ପାଇଁ ଆଶାୟୀ ଥିଲେ ରିପୁନାଥ । ରିପୁନାଥ ତାଙ୍କ ପୁଅ ପାଇଁ କଂଗ୍ରେସ ଟିକେଟ୍ ପାଇବାକୁ ଆଶା ରଖିଥିଲେ । ମାତ୍ର କଂଗ୍ରେସ ସେଠାରୁ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା । ଫଳରେ ରିପୁନାଥ ଅସନ୍ତୁଷ୍ଟ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.