ଗୋଟିଏ ଦିନରେ ଘଷିପୁରାରୁ ପ୍ରାର୍ଥୀପତ୍ର ଦାଖଲ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର

Published By : Prameya-News7 Bureau | April 02, 2019 IST

ଆନନ୍ଦପୁର ୨|୪ : ଆନନ୍ଦପୁର ଉପଖଣ୍ଡରେ ରାଜନୈତିକ ମାହୋଲ ସରଗରମ ରହିଛି । କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳ ତରଫରୁ ଆଜି ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରିଟର୍ଣ୍ଣିଂ ଅଫିସର ତଥା ଆନନ୍ଦପୁର ଉପଜିଲ୍ଲାପାଳଙ୍କ ନିକଟରେ ଗୋଟିଏ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ନିରଞ୍ଜନ । ଏହି ସମୟରେ କଂଗ୍ରେସ ବରିଷ୍ଠ ନେତା ଜୟଦେବ ଜେନାଙ୍କୁ ମଧ୍ୟ ନିରଞ୍ଜନଙ୍କ ସହ ଦେଖିବାକୁ ମିଳିଥିଲା । ନିରଞ୍ଜନ ନିଜ ଶହ ଶହ ସମର୍ଥକଙ୍କ ସହ ଆଜି ଦେଓଗାଁ କୂଶଳେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ବିରାଟ ରାଲିରେ ବାହାରି ଆନନ୍ଦପୁର ଉପଜିଲ୍ଲାପାଳଙ୍କ । କାର୍ଯ୍ୟାଳୟ ଠାରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏଥର ଗଡ ବଞ୍ଚାଇବାକୁ ଚେଷ୍ଟା କରିବ ବୋଲି ନିରଞ୍ଜନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆନନ୍ଦପୁରରେ ହୋଇଥିବା ରାଜନୈତିକ ହତ୍ୟାକାଣ୍ଡ ନେଇ ବଦ୍ରି ପାତ୍ର ଓ ନିରଞ୍ଜନଙ୍କ ମଧ୍ୟରେ ବାକ୍ ବିତର୍କ ହୋଇଥିଲା । ଘଷିପୁରାରୁ ପ୍ରାର୍ଥୀ ହେବା ପାଇଁ ନିରଞ୍ଜନଙ୍କୁ ବଦ୍ରି ଆହ୍ବାନ ଦେଇଥିଲେ । ଆହ୍ବାନକୁ ନିରଞ୍ଜନ ଗ୍ରହଣ କରି ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।  

ସେପଟେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ନିଜ ସମର୍ଥକ ଓ ଦଳୀୟ କର୍ମୀଙ୍କ ଗହଣରେ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆନନ୍ଦପୁର ଷ୍ଟାଡିୟମଠାରୁ ଏକ ବିରାଟ ପଟୁଆରେ ବାହାରି ଦଧିବାମନ ଜୀଉଙ୍କ ଦର୍ଶନ ପରେ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବଦ୍ରି ପାତ୍ର ଆଜି ୨ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀଙ୍କ ଠାରୁ ଜଣାଯାଇଛି । ଏଥର ନିର୍ବ।ଚନରେ ନବୀନ ପଟ୍ଟନାୟକଙ୍କ ବିକାଶକୁ ମୁଦ୍ଦା କରି ଭୋଟରଙ୍କ ନିକଟକୁ ଯିବେ ବୋଲି ସେ କହିଛନ୍ତି ।

ସେହିପରି ବିଜେପିର ପୃଥତ୍ରାଜ କୁଅଁର ଏକ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ମଧ୍ୟ ଫର୍ମ ପ୍ରଦାନ କରିନଥିବା ଜଣାଯାଇଛି । ତବେ ଆଜିର ପ୍ରାର୍ଥିପତ୍ର ଦାଖଲ ସମ୍ପର୍କରେ ପୃଥତ୍ରାଜ କିଛି କହିବାକୁ ମନାକରିଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.