ପଞ୍ଚାୟତ ନିର୍ବାଚନ ପାଇଁ ନୁହେଁ, ଦଳକୁ ସୁଦୃଢ ଓ କର୍ମୀଙ୍କୁ ସଂଗଠିତ କରିବାକୁ ପ୍ରୟାସ : ପିସିସି ସଭାପତି

Published By : Prameya-News7 Bureau | January 25, 2021 IST

ଭଦ୍ରକ ୨୫।୧:  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ କଂଗ୍ରେସ ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକର ରଣଜିତ ପଞ୍ଚାୟତ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ନୂତନ ବର୍ଷ ଉପଲକ୍ଷେ ନେତା ଓ କର୍ମୀ ମାନଙ୍କୁ ନେଇ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଯୋଗ ଦେଇ ବିଜେଡି, ବିଜେପି ପ୍ରଚାର ପ୍ରତାରଣାର ସର୍ବସ୍ୱ ବୋଲି କହିଥିଲେ । ଏବେ ଦେଶ ଓ ରାଜ୍ୟରେ ଦୁର୍ନୀତିର ମାତ୍ରା ବୃଦ୍ଧି ପାଇଛି । ସାଧାରଣ ଗରିବ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ।

ଦେଶରେ କ୍ରମାଗତ ଭାବେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି । ବ୍ୟକ୍ତି ବଡ ନୁହେଁ ଦଳ ବଡ । ଅସତ୍ୟର ରାଜନୀତି କ୍ଷଣିକ ସମୟ ପାଇଁ ହୋଇଥାଏ ବୋଲି ସେ ବକ୍ତବ୍ୟରେ କହିଥିଲେ । ଆଗାମୀ ଦିନରେ ଭଣ୍ଡାରିପୋଖରୀ ବ୍ଲକର ପ୍ରତି ପଞ୍ଚାୟତରେ ବନ୍ଧୁମିଳନ ଉତ୍ସବ ମାଧ୍ୟମରେ ଲୋକମାନଙ୍କ ସୁଖଦୁଃଖର ସାଥୀ ହେବା ପାଇଁ ବକ୍ତବ୍ୟରେ କହିଥିଲେ । ତେବେ ଏହି ବନ୍ଧୁ ମିଳନ ପଞ୍ଚାୟତ ନିର୍ବାଚନ ପାଇଁ ନୁହେଁ, ଦଳକୁ ସୁଦୃଢ ଓ କର୍ମୀଙ୍କୁ ସଂଗଠିତ କରିବା କୁ ପ୍ରୟାସ ବୋଲି  କହିଛନ୍ତି ପିସିସି ସଭାପତି ।

ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଓ ରଣଜିତ ପଞ୍ଚାୟତର ସରପଞ୍ଚ ମନୋଜ ନାୟକ ଯୋଗ ଦେଇ ନିଜ ଭିତରେ ଅବିଶ୍ବାସର ଭାବ ସୃଷ୍ଟି ହେଲେ ନିର୍ବାଚନରେ ବିଜୟ ଲାଭ କରିବା ସମ୍ଭବପର ନୁହେଁ ବୋଲି କହିଥିଲେ । ଏଥିରେ ଜିଲ୍ଲା ଓ ବ୍ଲକର ସମସ୍ତ ପଞ୍ଚାୟତର ନେତୃତ୍ବ ଓ କର୍ମୀମାନେ ଯୋଗ ଦେଇଥିଲେ । ଅନ୍ୟଦଳର ଶତାଧିକ କର୍ମୀ କର୍ମୀ ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଥିଲେ । ତେବେ ଆଗକୁ ପଞ୍ଚାୟତ ସ୍ତରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କଂଗ୍ରେସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.