ପ୍ରଦେଶ କଂଗ୍ରେସର ସଂଗଠନ ସଜାଡ଼ିବାକୁ କସରତ - ଗୁରୁତ୍ବପୂର୍ଣ୍ଣ ପ୍ରେରକ ପଦବୀ ପାଇଁ ପ୍ରକ୍ରିୟା ଜାରି

Published By : Prameya-News7 Bureau | November 26, 2019 IST

ଭୁବନେଶ୍ୱର ୨୬।୧୧ -  ଦଳୀୟ କନ୍ଦଳ, ସାଂଗଠନିକ ଦୁର୍ବଳତା ଏବଂ ନିର୍ବାଚନୀ ବିଫଳତା ପାଇଁ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ଦୟନୀୟ ସ୍ଥିତି ଦେଇ ଗତି କରୁଛି କଂଗ୍ରେସ ।  ବିଳମ୍ବରେ ହେଉ ପଛେ, ଶେଷରେ ସଂଗଠନ ସଜାଡିବାକୁ ପୁଣି ରାଜ୍ୟ କଂଗ୍ରେସ ଆରମ୍ଭ କରିଛି କସରତ ।  ଗୋଟଏ ପଟେ ନିରଞ୍ଜନ ହଟାଅ ଅଭିଯାନ ଜାରି ରହିଥିବା ବେଳେ , ଅନ୍ୟପଟେ ନିଜେ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ଆଜି ଦଳର ସଂଗଠନ ସଜଡ଼ା  ପ୍ରକ୍ରିୟା ଆରମ୍ଭ କରିଛନ୍ତି । 

କଂଗ୍ରେସର ୩୩ଟି ଜିଲ୍ଲାରେ ସଂଗଠନ ସ୍ତରରେ ଗୁରୁତ୍ବପୂର୍ଣ୍ଣ  ପ୍ରେରକ ପଦବୀରେ କେଉଁମାନେ ରହିବେ ସେନେଇ ଆଜି କଂଗ୍ରେସ ଭବନରେ  ପ୍ରକ୍ରିୟା ଜାରୀ ରହିଥିଲା । AICC ଓଡ଼ିଶା ଟ୍ରେନିଙ୍ଗ ଇନଚାର୍ଜ ସଚିନ ରାଓଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପ୍ରେରକ ପଦବୀ ପାଇଁ ଆଶାୟୀ ୧୮୦ ଜଣଙ୍କ ସାକ୍ଷାତକାର ନିଆଯାଇଥିଲା । ସେମାନଙ୍କ ମଧ୍ଦରୁ ୪୦ରୁ ୪୫ ଜଣଙ୍କୁ  ଚୟନ କରାଯିବ । ଆସନ୍ତାକାଲି, କଂଗ୍ରେସର ସେବାଦଳ ବୈଠକ ବସିବ । ସଚିନ ରାଓଙ୍କ ବ୍ୟତୀତ, AICC ସଚିବ ମହେନ୍ଦ୍ର ଯୋଶୀ ମଧ୍ୟ କାଲି ବୈଠକରେ ଉପସ୍ଥିତ ରହିବେ ।....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.