ବିନା ଦଳୀୟ ଚିହ୍ନରେ ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କ ଶକ୍ତି ପ୍ରଦର୍ଶନ: ଖୁସୀ ନାହିଁ ପିସିସି, ହେବ କାର୍ଯ୍ୟାନୁଷ୍ଠାନ !

Published By : Prameya-News7 Bureau | January 29, 2019 IST

ସାଲେପୁର୨୯|୧: ଟାଙ୍ଗୀ - ସାଲେପୁର ବିଧାୟକ ତଥା କଂଗ୍ରେସ ନେତା ପ୍ରକାଶ ବେହେରା ଦଳ ଛାଡିବା ଆକଳନ ଜୋର୍ ଧରିବା ବେଳେ, କଂଗ୍ରେସ ବ୍ୟାନର୍, ପୋଷ୍ଟର ଆଉ ଚିହ୍ନକୁ ଛାଡି ଆଜି ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରକାଶ ।  ନ୍ୟୁଜ୍-୭ କୁ ସାକ୍ଷାତକାର ଦେଇ ପ୍ରକାଶ କହିଛନ୍ତି ରାଜନୀତିରେ ଏବେ ପରିବର୍ତ୍ତନର ଆବଶ୍ୟକତା ରହିଛି…ଏହା ସହ ତାଙ୍କ ପାଇଁ ଦଳ ଆଉ ଚିହ୍ନ ବଡ ନୁହେଁ ବରଂ ଲୋକଙ୍କ ସମର୍ଥନ ବଡ ବୋଲି କହିଛନ୍ତି ପ୍ରକାଶ। ସେପଟେ ପ୍ରକାଶଙ୍କ ସମର୍ଥକ କହିଥିଲେ ତାଙ୍କ ସାଙ୍ଗେସାଙ୍ଗେ ସେମାନେ ବି ଯିବେ। କିନ୍ତୁ ପିସିସି ସଭାପତି ସ୍ଥିତିର ଅନୁଧ୍ୟାନ କରୁଛନ୍ତି।

{"id":79527}

ସାଲେପୁରରେ ପ୍ରକାଶଙ୍କ ଶକ୍ତି ପ୍ରଦର୍ଶନ। ଏ ଶକ୍ତି ପ୍ରଦର୍ଶନର କଣ ଉଦ୍ଦେଶ୍ୟରେ ଥିଲା? କଣ ପ୍ରକାଶ ଅମିତ ଶାହାଙ୍କ ବାଟ ଓଗାଳୁଥିଲେ? ନା ପ୍ରକାଶ ଜଣାଇବାକୁ ଚାହୁଁଥିଲେ କଂଗ୍ରେସ ଚିହ୍ନ ତାଙ୍କ ପାଖରେ ନଥିଲେ ବି ତାଙ୍କ ପାଖରେ ଅଛନ୍ତି ଏତିକି ଜନ ସମର୍ଥନ । 

{"id":79528,"width":592,"height":364}

ଚର୍ଚ୍ଚା ତ ଏୟା ନବ ଦାସଙ୍କ ରାସ୍ତାରେ ପ୍ରକାଶ ବେହେରା। ସେ ବି କହିଲେଣି ଦଳ ବଡ ନୁହେଁ ଲୋକ ସଂପର୍କ ବଡ । ଚର୍ଚ୍ଚା ତ ଏୟା ପ୍ରକାଶ ବେହେରା ବି କଂଗ୍ରେସକୁ ବାଏ ବାଏ କରୁଛନ୍ତି। କୃଷ୍ଣ ଚନ୍ଦ୍ର ସଗରିଆ, ନବଦାସ ଯୋଗେଶ ସିଂଙ୍କ ପରେ ସେ ବି କଂଗ୍ରେସ ଛାଡ଼ିବାକୁ ଯାଉଛନ୍ତି। କଂଗ୍ରେସ ବିଧାୟକ ହୋଇଥିଲେ ବି ହାତ ଚିହ୍ନ ବ୍ୟାନର ଛାଡି ବିନା ଦଳୀୟ ସଙ୍କେତରେ ନିଜ ଶକ୍ତି  ପ୍ରଦର୍ଶନ କରିଛନ୍ତି ।

{"id":79530,"width":595,"height":327}

ପ୍ରକାଶ ନିଜର ବିକାଶ ମୂଳକ କାମ ପ୍ରତି କେତେ ଜନସମର୍ଥନ ରହିଛି ତାହା ଦେଖାଇବା ପାଇଁ ପୀରବଜାରରୁ ସାଲେପୁର ଦୀର୍ଘ ୧୬ କିଲୋମିଟରର ପଦଯାତ୍ରା କରିଥିଲେ । ପଦଯାତ୍ରାରେ ହଜାର ହଜାର ସମର୍ଥକ ଯୋଗ ଦେଇଥିଲେ । କିନ୍ତୁ ପଦଯାତ୍ରା ରେ କଂଗ୍ରେସ ଦଳର ସଙ୍କେତଟିଏ  ବି ନଥିଲା ।

{"id":79531,"width":595,"height":391}

କଂଗ୍ରେସ ଛାଡିବେ କି ବୋଲି ପ୍ରଶ୍ନର ସିଧାସଳଖ ଉତ୍ତର ଦେଇ ନାହାଁନ୍ତି ପ୍ରକାଶ  । କିମ୍ବା ଏଭଳି ସମ୍ଭାବନାକୁ ପ୍ରକାଶ ଅସ୍ବୀକାର ମଧ୍ୟ କରି ନାହାଁନ୍ତି । ଅନ୍ୟପଟେ ପଦଯାତ୍ରାରେ ସାମିଲ ହୋଇଥିବା ପ୍ରକାଶ ସମର୍ଥକ ମାନେ କହିଛନ୍ତି ପ୍ରକାଶଙ୍କ ବିକାଶ ଧାରାକୁ ସେମାନେ ସମର୍ଥନ କରନ୍ତି । ତେଣୁ ପ୍ରକାଶ ଯୁଆଡେ ଯିବେ । ସେମାନେ ତାଙ୍କ ସହିତ ଯିବେ ।

{"id":79532,"width":598,"height":375}

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟିତ୍ବ ନେବା ପରଠାରୁ ଜଣଙ୍କ ପରେ ଜଣେ ବିଧାୟକ ଦଳ ଛାଡ଼ିବାରେ ଲାଗିଛନ୍ତି। ଆଉ ଆଜି ଦଳର ବିଧାୟକ ପ୍ରକାଶ ବେହେରାଙ୍କ   ପଦଯାତ୍ରା ନେଇ ନିରଞ୍ଜନଙ୍କ ପାଖରେ ଖବର ନାହିଁ ।କିନ୍ତୁ ଏହାର ଅନୁଧ୍ୟାନ କରିବେ ।

{"id":79533}

୨୦୧୪ରେ ବିରୋଧୀ ଦଳ ନେତାଙ୍କୁ ଦଳରେ ମିଶାଇ ବିଜେଡି ମାଷ୍ଟ୍ରର ଷ୍ଟ୍ରୋକ ଖେଳିଥିଲା। ଆଉ ଏବେ ୨୦୧୯ରେ ଜଣଙ୍କ ପରେ ଜଣେ କଂଗ୍ରେସ ବିଧାୟକ ବିଜେଡି ମୁହାଁ ଏହା ଆଗକୁ କି ସୂଚନା ଦେବ ତାହା ୧୯ ଫଳାଫଳ କହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.