ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

Published By : Prameya-News7 Bureau | December 04, 2018 IST

ନୂଆଦିଲ୍ଲୀ ୦୪|୧୨: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ । ରାଉରକେଲା ଆଇଜିଏଚ ହସ୍ପିଟାଲ ଓ ୨ୟ ବ୍ରାହ୍ମଣୀ ସେତୁ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ରାଉରକେଲା ଜନତାଙ୍କଠାରୁ ସଂଗ୍ରହ ହୋଇଥିବା ପାଣ୍ଠିକୁ ପିଏମ୍ ରିଲିଫ୍ ଫଣ୍ଡକୁ ଦେଇଛନ୍ତି । ସେ ୨୦ଲକ୍ଷ ୨୦ହଜାର ୫୦୪ ଟଙ୍କା ପଏମ୍ ରିଲିଫ୍ ଫଣ୍ଡରେ ଦେଇଛନ୍ତି । ପିସିସି ସଭାପତିଙ୍କ ସହ ସଂପାଦକ ଅନିଲ କୁମାର ଚୌଧୁରୀ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା, ଜର୍ଜ ତିର୍କୀ,  ଅନନ୍ତ ସେଠୀ,  ସତ୍ୟ ପ୍ରକାଶ ନାୟକ, ରାଉରକେଲା ଜିଲ୍ଲା କଂଗ୍ରସ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ରାଉରକେଲା ଆଇଜିଏଚ ହସ୍ପିଟାଲ ଓ ୨ୟ ବ୍ରାହ୍ମଣୀ ସେତୁ କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ୨୦୧୫ରେ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏନେଇ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସୁଫଳ ମିଳିନଥିଲା । ତେଣୁ ରାହୁଲ ଗାନ୍ଧିଙ୍କ ପରାମର୍ଶ ଅନୁସାରେ ଲୋକଙ୍କଠାରୁ ସଂଗ୍ରହ କରାଯାଇଥିବା ଟଙ୍କା ଆଜି ପିଏମ ରିଲିଫ୍ ଫଣ୍ଡରେ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ନିରଞ୍ଜନ।  ଏହା ସହ ରାଉରକେଲାରେ ଆଇଜିଏଚ ସୁପର ସ୍ପେସିଆଲିଟି ହସ୍ପିଟାଲ କାର୍ଯ୍ୟ କରିବା ପାଇଁ ରାଜ୍ୟ କିମ୍ବା କେନ୍ଦ୍ର କାହାରି ଆନ୍ତରିକତା ନାହିଁ ବୋଲି କହିଛନ୍ତି ନିରଞ୍ଜନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.