ଭଣ୍ଡାରୀପୋଖରୀରୁ ଲଢିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

Published By : Prameya-News7 Bureau | April 08, 2019 IST

ଭଦ୍ରକ ୮/୪ : ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ନିର୍ବାଚନମଣ୍ଡଳୀରୁ କଂଗ୍ରେସରୁ ବିଧାୟକ ପାର୍ଥୀ ଭାବେ ଲଢିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏନେଇ କଂଗ୍ରେସ ଘୋଷଣା କରିବା ପରେ ବ୍ଲକ କଂଗ୍ରେସକର୍ମୀ ମାନେ ନିରଞ୍ଜନଙ୍କୁ ଭଣ୍ଡାରୀପୋଖରୀ କଂଗ୍ରେସ କାର୍ଯ୍ୟାଳୟ ଠାରେ ସ୍ଵାଗତ କରିଛନ୍ତି । ଏଥର ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରେ ହେଭିୱେଟ ଲଢେଇ ହେବ । ବିଜେଡ଼ି ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ବିଧାୟକ ଭାବେ ଟିକେଟ ଦେଇଥିବା ବେଳେ ବିଜେପି ବଦ୍ରିନାରାୟଣ ଧଳଙ୍କୁ ବିଧାୟକ ପାର୍ଥୀ କରିଛି । ନିରଞ୍ଜନ ପଟ୍ଟନାୟକ ସହ କଥା ହୋଇଛନ୍ତି ଆମ ପ୍ରତିନିଧି ଅଜୟ ପଣ୍ଡା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.