ବଦ୍ରି ପାତ୍ରଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଘସିପୁରା ସହିତ ଭଣ୍ଡାରିପୋଖରୀରୁ ଲଢ଼ିବେ ନିର୍ବାଚନ
30/03/2019 at 6:05 PM

ଭୁବନେଶ୍ବର ୩୦|୩: ୨୪ ଘଣ୍ଟା ନପୁରୁଣୁ ବଦ୍ରି ପାତ୍ରଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଘସିପୁରା ସହିତ ଭଣ୍ଡାରିପୋଖରୀରୁ ଲଢ଼ିବେ ନିରଞ୍ଜନ ପଟ୍ଟନାୟକ । ଏପଟେ ନିରଞ୍ଜନ ଚ୍ୟାଲେଞ୍ଜ ଗ୍ରହଣ କରିବା ପରେ ବଦ୍ରୀ ନିରଞ୍ଜନଙ୍କ ପୁରୁଣା କ୍ରାଇମ ଫାଇଲ ଖୋଲିଛନ୍ତି । କହିଛନ୍ତି ୧୦ ବର୍ଷ ପରେ ନିରଞ୍ଜନ ଘସିପୁରାକୁ ଫେରିଛନ୍ତି। ଏତେଦିନ ଧରି କୁଆଡେ ଯାଇଥିଲ ଲୋକେ ପ୍ରଶ୍ନ କରିବେ…

ଦମ୍ ଦେଖାଇଲେ ନିରଞ୍ଜନ । ବଦ୍ରିଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଘସିପୁରାରୁ ନିର୍ବାଚନ ଲଢ଼ିବାକୁ ସ୍ଥିର କରିଛନ୍ତି ନିରଞ୍ଜନ । ତେଣୁ ଏଥର ପୁଣି ଘସିପୁରାରେ ହେବ ନିରଞ୍ଜନ – ବଦ୍ରି ଟକ୍କର । ନିରଞ୍ଜନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ହଣାକଟା ଓ ଗଣ୍ଡଗୋଳ ପାଇଁ ବଦ୍ରି ପାତ୍ରଙ୍କ ଭଳି ତାଙ୍କର ଦମ ନାହିଁ।

କିନ୍ତୁ ନିର୍ବାଚନ ଲଢ଼ିବା ଭଳି ଦମ ଅଛି । ଗୋଟଏ ଦିନ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପୁରୁଣା ପ୍ରତିଦ୍ବନ୍ଦୀ ବିଦ୍ରି ପାତ୍ର ଚ୍ୟାଲେଞ୍ଜ ଦେଇଥିଲେ । ଘସିପୁରାରୁ ନିରଞ୍ଜନ ନିର୍ବାଚନ ଲଢ଼ି ଦମ ଦେଖାନ୍ତୁ ବୋଲି ଆହ୍ବନ କରିଥିଲେ। ୨୪ ଘଣ୍ଟା ନପୁରୁଣୁ ବଦ୍ରିଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ନିରଞ୍ଜନ।

ନିରଞ୍ଜନ ବ୍ରଦିଙ୍କ ଚ୍ୟାଲେଞ୍ଜ ଗ୍ରହଣ କରିବା ପରେ ବଦ୍ରି କୃତଜ୍ଞ ବୋଲି କହିବା ସହ ପୁରୁଣା ଘା ଉଖାରିଛନ୍ତି । ନିରଞ୍ଜନ ଏହି ମାଟିରୁ ଜିତି ମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପାଓ୍ବାର ବ୍ୟବହାର କରିଛନ୍ତି। ହେଲେ ଏହି ଅଞ୍ଚଳର କଣ ବିକାଶ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବଦ୍ରି। ଏହା ସହିତ ନିରଞ୍ଜନଙ୍କ ପୁରୁଣା କ୍ରାଇମ ରେକର୍ଡ ବି ଖୋଳିଛନ୍ତି ବ୍ରଦି।

ସାରଙ୍ଗ ବିଦ୍ୟାଧର ଏବଂ ମାୟଧର ହତ୍ୟାକାଣ୍ଡକୁ କେନ୍ଦୁଝର ଲୋକେ ଭୁଲି ନାହାନ୍ତି ବୋଲି କହିଛନ୍ତି ବଦ୍ରି। ୧୦ ବର୍ଷ ପରେ ନିରଞ୍ଜନ କେନ୍ଦୁଝର ଫେରୁଛନ୍ତି। ତେଣୁ ଏଥିର ନିର୍ବାଚନ ଲଢ଼ିଲେ ୧୦ ବର୍ଷ ଧରି ନିରଞ୍ଜନ କୁଆଡେ ଯାଇଥିଲେ ବୋଲି ଲୋକେ ପ୍ରଶ୍ନ କରିବେ।

ଘଷିପୁରାରେ ଏଥର ହେଭିଓ୍ବେଟ ଲଢ଼େଇ। ଦୁଇ ପୁରୁଣା ପ୍ରତିଦ୍ବନ୍ଦୀ ଓହ୍ଲାଇାବେ ମଇଦାନକୁ । ଲଢ଼େଇ ଜୋରଦାର ହେବା ଆଭାସ ଏତିକି ବେଳୁ ମିଳିଲାଣି ।