Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଗାଙ୍ଗୁଲୀଙ୍କ ବୟାନକୁ PCB ମୁଖ୍ୟଙ୍କ ଖଣ୍ଡନ, କହିଲେ Asia Cup ଲାଗି ସ୍ଥିରି ହୋଇନି ସ୍ଥାନ

29/02/2020 at 4:48 PM

ଇସ୍ଲାମାବାଦ ୨୯।୨:  ଆଗାମୀ ଏସିଆ କପ୍‌କୁ ନେଇ ଏବେ ବିବାଦ ଦେଖାଦେଇଛି। ଶୁକ୍ରବାର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ ଦୁବାଇରେ ଏସିଆ କପ୍ ଆୟୋଜନ ନେଇ ସୂଚନା ଦେଇଥିଲେ। ଯେଉଁଠି ଭାରତ ଓ ପାକିସ୍ତାନ  ଖେଳିବେ ବୋଲି ଗାଙ୍ଗୁଲୀ କହିଥିଲେ। ହେଲେ ପାକିସ୍ତାନ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ପସିବି) ମୁଖ୍ୟ ଏହେସାନ ମନି ଶନିବାର ଗାଙ୍ଗୁଲୀଙ୍କ ବୟାନକୁ ଖଣ୍ଡନ କରିଛନ୍ତି। ଏସିଆ କପ୍ ଲାଗି ଏପର୍ଯ୍ୟନ୍ତ କିଛି ଚୂଡାନ୍ତ ହୋଇ ନଥିବା କହିଛନ୍ତି ମନି। ତେବେ ଏସିୟ ଦେଶମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଥିଲାଗି ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ମନି କହିଛନ୍ତି ଯେ ଯଦି ପାକିସ୍ତାନ ଏସିଆ କପ୍‌ର ଆୟଜକ ନ ହୁଏ ତେବେ ଦୁବାଇ ଏଥିଲାଗି ବିକଳ୍ପ ଆୟୋଜନ ସ୍ଥଳ ହୋଇବି ନପାରେ। ସହଯୋଗୀ ସଦସ୍ୟ ଦେଶଙ୍କ ସୁବିଧା ଲାଗି ଏସିଆ କପ୍‌ର ଆୟୋଜନ ହେଉଛି। ତାହାକୁ ଦୃଷ୍ଟିରେ ରଖି ଯାହାବି ନିଷ୍ପତ୍ତି ହେବ ବୋଲି ମନି କହିଛନ୍ତି। ତେବେ ଚୂଡାନ୍ତ ନିଷ୍ପତ୍ତି ସମସ୍ୟ ଏସିୟ ରାଷ୍ଟ୍ରଙ୍କ ହିତକୁ ଦୃଷ୍ଟିରେ ରଖି ନିଆଯିବ ବୋଲି ସେ କହିଛନ୍ତି।

ତେବେ ଚଳିତବର୍ଷ ଏସିଆ କପ୍ ଆୟୋଜନ ଭାର ପାକିସ୍ତାନ ଉପରେ ନ୍ୟସ୍ତ। ହେଲେ ଭାରତୀୟ ଟିମ୍‌ର ପାକିସ୍ତାନ ଯାତ୍ରା ଲାଗି ବିସିସିଆଇ ରାଜି ହେଉନାହାନ୍ତି। ଏଣୁ ଏସିଆ କପ୍‌ର ଆୟୋଜନ ସ୍ଥଳକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ଗାଙ୍ଗୁଲି ଦୁବାଇକୁ ବିକଳ୍ପ ସ୍ଥଳ ଘୋଷଣା କରିଦେଇଥିଲେ। ତେବେ ଏସିଆ କପ୍ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ, ଏବେ ଫେବୃଆରୀ। ଏଥିରେ କରୋନା ସଂକ୍ରମଣ ଏବେ ବିଶ୍ୱବ୍ୟାପୀ ଚିନ୍ତାର କାରଣ ହୋଇଥିବା ବେଳେ ଏବେଠୁ ଆୟୋଜନ ସ୍ଥଳକୁ ନେଇ ବିବ୍ରତ ହେବାର କିଛି କାରଣ ନାହିଁ ବୋଲି ମନି କହିଛନ୍ତି।

ଗତ ୨୦୧୮ ମସିହାରେ ଭାରତ ଏସିଆ କପ୍‌ର ଆୟୋଜକ ଥିଲା। ସେତେବେଳେ ପାକିସ୍ତାନ ଭାରତରେ ଖେଳିବ ନାହିଁ ବୋଲି ସଫାସଫା ମନା କରିଦେଇଥିଲା। ଏଣୁ ସେତେବେଳେ ଦୁବାଇ ଓ ଆବୁଧାବୀକୁ ବିକଳ୍ପ ଭାବେ ବଛା ଯାଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବାଂଲାଦେଶକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଚାମ୍ପିୟନ ହୋଇଥିଲା। ତେବେ ଏସିଆ କପ୍ ୨୦୨୦ ଲାଗି ଏସିଆନ କ୍ରିକେଟ୍ କାଉନସିଲ (ଏସିସି) ମାର୍ଚ୍ଚ ୩ ତାରିଖରେ ଚୂଡାନ୍ତ ନିଷ୍ପତ୍ତି ନେବେ। ଏଥିଲାଗି ଦୁବାଇ ମାରିନାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଉଭୟ ଗାଙ୍ଗୁଲୀ ଓ ମନି ମଧ୍ୟ ଉପସ୍ଥିତ ରହିବେ।

   Related Posts