Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ପଞ୍ଚାୟତ କାର୍ଯ୍ୟନିର୍ବାହୀ-ଠିକାଦାରଙ୍କ ଖୁଲମଖୁଲା ନେଣଦେଣ : ଭାଇରାଲ୍ ଭିଡିଓରେ ଟିକିନିଖି ପିସି ହିସାବ

4/11/2020 at 2:18 PM

ଆନନ୍ଦପୁର ୪।୧୧: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ର ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ସହ ଜଣେ ଠିକାଦାରଙ୍କ ମଧ୍ୟରେ କଥାବାର୍ତ୍ତାର ଭିଡିଓ ଭାଇରାଲ୍ ହୋଇଛି । ୫ ଲକ୍ଷ ଟଙ୍କାର ଠିକା କାମକୁ ନେଇ କିଏ କେତେ ପିସି ନେବେ ତାର ହିସାବ ଚାଲିଥିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ବିଡିଓ ୪%, ଜେଇ ୫%, ସହକାରୀ ଯନ୍ତ୍ରୀ ୨ %, କମ୍ପ୍ୟୁଟର ପ୍ରୋଗ୍ରାମର ଓ ଗ୍ରାମ ପଞ୍ଚାୟତ ଅଫିସର ମିସି ୧ %, ସରପଞ୍ଚ ୨ % ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କର ୪ % ପିସି ବୋଲି ଖୋଦ୍ କହୁଛନ୍ତି ପିଇଓ ।

ଏଭଳି ଭାବେ ୫ଲକ୍ଷ ଟଙ୍କାର କାମର ବିଲ୍ ପାଇଁ ୯୦ହଜାର ଟଙ୍କା ଆଣି ଆସିବାକୁ କହୁଛନ୍ତି ପିଇଓ । ପିସି କାରବାରର ଏଭଳି ସାଂଘାତିକ ଭିଡିଓ ଭାଇରାଲ୍ ହେବା ପରେ ଘସିପୁରା ବିଡିଓ ଅସିତ୍ କୁମାର ମହାନ୍ତି ଏ ବାବଦରେ କୌଣସି ମତାମତ ରଖିବାକୁ ମନା କରିଦେଇଥିଲେ । ପିସି କାରବାରର ଏଭଳି ସାଂଘାତିକ ଭିଡିଓ ଭାଇରାଲ୍ ହେବା ପରେ ଘଟଣାକୁ ନେଇ ଘସିପୁରା ବିଡିଓ ନୀରବତା ଦୁର୍ନୀତିକୁ ସ୍ପଷ୍ଟ ସୁଚାଉଛି ।

   Related Posts