ଜବରଦସ୍ତ ପିସି : ଭିଏଲଡବ୍ଲ୍ୟୁ ମାଗିଲେ ୧୦ %, ମୂଲଚାଲକୁ ମଙ୍ଗିଲେନି, ଠିକାଦାରଙ୍କଠୁ ନେଲେ ନଗଦ ୧ ଲକ୍ଷ ୧୯ ହଜାର

Published By : Prameya-News7 Bureau | November 09, 2020 IST

ଯାଜପୁର, ୦୯୧୧ପିସି କାରବାର ନେଇ ପୁଣି ଭିଡିଓ ହେଲା ଭାଇରାଲ। ଠିକାଦାରଙ୍କ ଠାରୁ ପିସି ଆଦାୟ କରୁଛନ୍ତି ଭିଏଲଡବ୍ଲ୍ୟୁ । ଏଭଳି ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଦାନଗଦି ବ୍ଲକରେ। ସ୍ଥାନୀୟ ଶାଳିଜଙ୍ଗା ପଂଚାୟତର ଭିଏଲଡବ୍ଲ୍ୟୁ  ମନମୋହନ ସାହୁ ଠିକା କାମ ବାବଦକୁ ଠିକାଦାରମାନଙ୍କ ଠାରୁ ପିସି ଦାବି କରୁଛନ୍ତି । ଯାହାର ଭିଡିଓ ଲାଗିଛି News 7 ହାତରେ।

ସରକାରୀ ବାବୁଙ୍କ ପିସି ଲୋଭ। ଦରମା ଟଙ୍କାରେ ପୁରୁନି ବାବୁଙ୍କ ପେଟ। ଭଲ ଭାବରେ ଦେଖନ୍ତୁ ଓ ଶୁଣନ୍ତୁ କିଭଳି ଖୁଲମ ଖୁଲ୍ଲା ଠିକାଦରଙ୍କୁ ପିସି ମାଗୁଛନ୍ତି ଭିଏଲଡବ୍ଲ୍ୟୁ। ବିଭିନ୍ନ ଠିକା କାମରେ  ୧୦ ପ୍ରତିଶତ ପିସି ଦେବାକୁ ସେ ଠିକାଦାରଙ୍କୁ ଦାବି କରୁଛନ୍ତି। ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକର । ପିସି ମାଗୁଥିବା ଏ ବ୍ୟକ୍ତି ଜଣକ ହେଉଛନ୍ତି ଶାଳିଜଙ୍ଗା ପଞ୍ଚାୟତର ଭିଏଲଡବ୍ଲ୍ୟୁ  ମନମୋହନ ସାହୁ। ପଞ୍ଚାୟତରେ ରାସ୍ତା, ପାଚେରୀ ଓ ପୋଖରୀ ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥଲା। ତେବେ ଏସବୁ କାର୍ଯ୍ୟ କରିଥିବା ଠିକାଦାର ମାନଙ୍କୁ ସେମାନଙ୍କ ଫାଇନାଲ୍ ବିଲ୍ ଦେବା ପୂର୍ବରୁ ଭିଏଲଡବ୍ଲ୍ୟୁ ପିସି ଦେବାକୁ କହୁଛନ୍ତି।

wp:html /wp:html

ଶାଳିଜଙ୍ଗା ପଞ୍ଚାୟତରେ ସ୍ଥାନୀୟ ଅଞ୍ଚଳର ଏକ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଏକ ଠିକା କାମ କରିଥିଲେ। ସମ୍ପୃକ୍ତ ଭିଏଲଡବ୍ଲ୍ୟୁ ସେମାନଙ୍କ ଠାରୁ ମଧ୍ୟ ପିସି ନେଇଥିବା ଜଣାପଡିଛି। ୧୦ଲକ୍ଷ ଟଙ୍କା ଠିକା କାମର ବିଲ ପାସ କରାଇ ଦେବାକୁ ଭିଏଲଡବ୍ଲ୍ୟୁ ୧ ଲକ୍ଷ ୧୯ ହଜାର ଟଙ୍କା ପିସି ନେଇଥିବା ଅଭିଯୋଗ ହୋଇଛି । ତେବେ ସମ୍ପୃକ୍ତ ଭିଏଲଡବ୍ଲ୍ୟୁ ଏହାକୁ ଖଣ୍ଡନ କରିଛନ୍ତି। ସେପଟେ ଏନେଇ ଦାନଗଦୀ ବିଡିଓଙ୍କ ସହ ମଧ୍ୟ ସମ୍ପର୍କ କରାଯାଇଥିଲା। ସେ ଏ ସମ୍ପର୍କରେ ଅବଗତ ଥିବା ସହ ସମ୍ପୃକ୍ତ ଭିଏଲଡବ୍ଲ୍ୟୁଙ୍କୁ ଉକ୍ତ ପଞ୍ଚାୟତ ଦାୟିତ୍ଵରୁ ନିବୃତ୍ତ ରଖାଯାଇଛି। ଏବଂ ଏହାର ତଦନ୍ତ କରାଯାଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଏଥିସହିତ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଜିଲ୍ଲାପାଳଙ୍କୁ ବିଡିଓ ଜଣାଇଛନ୍ତି।

ଅଭିଯୋଗ ପରେ ସମ୍ପୃକ୍ତ ଭିଏଲଡବ୍ଲ୍ୟୁଙ୍କୁ ଶାଳିଜଙ୍ଗା ପଞ୍ଚାୟତରୁ ସ୍ଥାନାନ୍ତର  କରାଯାଇଥିବା ବେଳେ ସେ ଏବେ ରଣାଗୁଣ୍ଡି ପଞ୍ଚାୟତ ଦାୟିତ୍ଵରେ ଥିବା ଜଣାପଡିଛି। ତେବେ ଦୁଇ ଦୁଇଟି ପଞ୍ଚାୟତ ଦାୟିତ୍ଵରେ ଥାଇ ସମ୍ପୃକ୍ତ ଭିଏଲଡବ୍ଲ୍ୟୁ ଏଭଳି ପିସି କାରବାର ଚଳାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.