ହେଲୋ...ହଲରା ଦାଦା କହୁଛନ୍ତି ନା... କଥା ହେଇଥିଲା ୨ ହଜାର ଟଙ୍କା ନବ... ୪ ହଜାର କ'ଣ ନେଇଗଲ: ପାଇଖାନା ବିଲ୍‌ ପାଇଁ ପିସି, ହିତାଧିକାରୀ ଏବଂ ପ୍ରମୋଟରଙ୍କ ଅଡିଓ କଲ ଭାଇରାଲ୍

Published By : Prameya-News7 Bureau | December 02, 2020 IST

ଭଦ୍ରକ୨/୧୨:  ସ୍ବଚ୍ଛ ଭାରତ ଅଭିଯାନରେ ହିତାଧିକାରୀଙ୍କୁ ମିଳୁଛି ପାଇଖାନା, ହେଲେ ପାଇଖାନା ନିର୍ମାଣ ବେଳେ ବିଲ୍ କରାଇ ଦେବା ଲାଗି ନିଆଯାଉଛି ପିସି। ଏମିତି ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ୍ ହସ୍ତଗତ ହୋଇଛି। ହିତାଧିକାରୀ କିଭଳି ସୁବିଧାରେ ସରକାରୀ ପାଇଖାନା ନିର୍ମାଣ କରିବେ, ସେଥିପାଇଁ ଗାଁଗାଁରେ ପ୍ରମୋଟର ଓ ମୋଟିଭେଟରଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ କାମ ହେଲା ଯେ, ଘରେ ଘରେ ସ୍ଵଚ୍ଛ ଭାରତ ଯୋଜନାରେ ପାଇଖାନା ତିଆରି ନେଇ କାର୍ଯ୍ୟ ତଦାରଖ କରିବେ। ପୁରସ୍କାର ରାଶି ମଧ୍ୟ ପ୍ରଦାନ କରିବେ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ସ୍ଵଚ୍ଛ ଭାରତ ଯୋଜନାର ପାଇଖାନା ଟଙ୍କା ଭାଗ ବଣ୍ଟାର ଅଡିଓ କଲ୍ ହସ୍ତଗତ ହୋଇଛି। ଯେଉଁ ଅଡିଓ କଲରେ ୧୨ ହଜାର ଟଙ୍କାର ହିସାବ ଦେଉଛନ୍ତି ପ୍ରମୋଟର।

ଅଡିଓ କଲ: ନା..ମ ଏଣ୍ଟ୍ରି ପାଇଁ ୨୦୦ ଟଙ୍କା…. ଜେଇ ଓ ବିପିଏମ୍‌ ମଧ୍ୟ ଟଙ୍କା ନେଉଛନ୍ତି…. ୬ ମାସ ହେଲାଣି ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସୁନି। ପ୍ରମୋଟର ପୀତାମ୍ବର ସାହୁ ଏବଂ ହିତାଧିକାରୀଙ୍କ ପୁଅ ଜିତେନ୍ଦ୍ର ସାହୁଙ୍କ  କଥାବାର୍ତ୍ତାର ଅଡିଓ କଲ ଶୁଣନ୍ତୁ………….

wp:html /wp:html

ତେବେ ଏହି ଅଡିଓ କଲର ସତ୍ୟତା ଥିବା ସ୍ଵୀକାର କରିଛନ୍ତି କୋଠାର ଗ୍ରାମପଞ୍ଚାୟତର ସରପଞ୍ଚ ଡକ୍ଟର ନିମାଇଁ ଚରଣ ନାୟକ। ତେବେ ସେ କହିଛନ୍ତି ଯେ, ପ୍ରମୋଟର ଟଙ୍କା ମାଗୁଥିବା ବିଷୟରେ ପୂର୍ବରୁ ଅବଗତ ଥିଲେ। କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ମଧ୍ୟ କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.