କେରଳ ନିର୍ବାଚନ ପୂର୍ବରୁ ଦଳ ଛାଡିଲେ ବରିଷ୍ଠ ନେତା ପିସି ଚାକୋ, କହିଲେ- 'କଂଗ୍ରେସ ହେଉଛି ବିନା କ୍ୟାପ୍ଟେନରେ ଚାଲୁଥିବା ଏକ ଜାହାଜ'

Published By : Prameya-News7 Bureau | March 10, 2021 IST

ନୂଆଦିଲ୍ଲୀ ୧୦।୦୩: କଂଗ୍ରେସର  ବରିଷ୍ଠ ନେତା ପିସି ଚାକୋ ପାର୍ଟିରୁ ସଂପର୍କ ଛିନ୍ନ କରିଛନ୍ତି। ସେ ନିଜର ଇସ୍ତଫା ପତ୍ର ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି। କେରଳରେ ଏପ୍ରିଲ ୬ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଚାକୋଙ୍କ ଇସ୍ତଫା କଂଗ୍ରେସ ପାଇଁ ବଡ ଝଟକା ହୋଇଛି। ସେ ଗତ ଏକ ବର୍ଷ ହେବ ଦଳର କାର୍ଯ୍ୟଶୈଳୀକୁ ନେଇ ଅସନ୍ତୁଷ୍ଟ ଥିଲେ। ପିସି  ଚାକୋ ଦଳର ବରିଷ୍ଠ ନେତାଙ୍କ ମଧ୍ୟ ଜଣେ। ସେ ଗତ ଦିନରେ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି। ଚାକୋ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ପଦରେ ଦେଖିବାକୁ ଚାହୁଁଥିଲେ। ସେ ଅନେକ ଥର କହି  ସାରିଥିଲେ ଯେ, ରାହୁଲ ଗାନ୍ଧୀ ଦଳର ଦାୟିତ୍ଵ ନେଉନଥିବାରୁ ପାର୍ଟିର ବହୁତ କ୍ଷତି ହେଉଛି।

ପୂର୍ବତନ ସାଧାରଣ ସଂପାଦକ ପିସି ଚାକୋ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜଣେ ସଚ୍ଚୋଟ କଂଗ୍ରେସ କାର୍ଯ୍ୟକର୍ତ୍ତା ପାଇଁ ନିଜକୁ ଦଳରେ ତିଷ୍ଠି ରଖିବା ବହୁତ ମୁସ୍କିଲ ହୋଇଯାଇଛି। ମେରିଟ୍‌କୁ ନେଇ କାହାରି କୌଣସି ଚିନ୍ତା ନାହିଁ। ସେ କହିଛନ୍ତି, କଂଗ୍ରେସ ହେଉଛି ବିନା ନାଉରୀର ଏକ ନୌକା। ଏକ ବର୍ଷରୁ ଅଧିକ ସମୟ ହେବ ପାର୍ଟିକୁ ଅଧ୍ୟକ୍ଷ ମଧ୍ୟ ମିଳି ପାରୁ ନାହାନ୍ତି। କଂଗ୍ରେସ ହେଉଛି ବିନା କ୍ୟାପ୍ଟେନରେ ଚାଲୁଥିବା ଏକ ଜାହାଜ।

ଚାକୋ କହିଛନ୍ତି, ଦଳରୁ ଇସ୍ତଫା ଦେବା ନେଇ ନିଜର ଏହି ନିଷ୍ପତ୍ତି ଉପରେ ଅନେକ ଦିନ ତଳେ ବିଚାର ବିମର୍ଶ କରୁଥିଲି। ମୁଁ କେରଳରୁ ଆସିଛି, ଯେଉଁଠି କଂଗ୍ରେସ ପାର୍ଟି ନାମରେ କୌଣସି ଜିନିଷ ହିଁ ନାହିଁ। ସେଠାରେ ଦୁଇଟି ପାର୍ଟି ରହିଛି। ଗୋଟିଏ ହେଲା କଂଗ୍ରେସ(I) ଓ କଂଗ୍ରେସ(ଏ)। ଦୁଇ ପାର୍ଟିର କୋଡିନେସନ କମିଟି କେପିସିସି ଭାବେ କାମ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.