ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ପିସି କାରବାର ଅଭିଯୋଗ ଆଣିଲେ ସମିତି ସଭ୍ୟା, ଅଧକ୍ଷା କହିଲେ-ବଦନାମ ପାଇଁ ଚାଲିଛି ଚକ୍ରାନ୍ତ

Published By : Prameya-News7 Bureau | December 26, 2020 IST

ଧର୍ମଗଡ ୨୬।୧୨: ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ସମିତି ସଭ୍ୟା । କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତିର ସ୍କ୍ରିନିଂ କମିଟି ଗଠନ ପାଇଁ ଏକ ଜରୁରୀକାଳୀନ ବୈଠକ ଚାଲିଥିବା ବେଳେ କୋକସରା ବ୍ଲକ୍ ଅଧ୍ୟକ୍ଷା ସବ୍ୟାରାଣୀ ବାଗଙ୍କ ନାମରେ ଅଭିଯୋଗ ଆଣିଛନ୍ତି ରେଙ୍ଗାଳପାଳି ସମିତି ସଭ୍ୟା ମାଧୁରୀ ନିଆଲ ।

ବ୍ଲକ୍ ଅଧ୍ୟକ୍ଷା ୧୦ରୁ ୧୫ପ୍ରତିଶତ ପିସି ଦାବି କରୁଛନ୍ତି ନ ହେଲେ କୌଣସି ଫାଇଲରେ ଦସ୍ତଖତ କରୁନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଉକ୍ତ ମହିଳା ସମିତି ସଭ୍ୟା । ଏହାକୁ ନେଇ ବ୍ଲକ୍ ଅଧକ୍ଷା ଓ ସମିତି ସଭ୍ୟାଙ୍କ ମଧ୍ୟରେ ବୈଠକରେ ତୁତୁ ମେମେ ହୋଇ ପାଟି ତୁଣ୍ଡ ହୋଇଥିଲା । ଏପରିକି ମହିଳା ସମିତି ସଭ୍ୟା ଜଣଙ୍କ ବୈଠକରେ ଅନେକ ହୋହଲ୍ଲା କରିଥିଲେ ।

ଉଭୟ କଂଗ୍ରେସ ଦଳର ହୋଇଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ବ୍ଲକ୍ ଅଧ୍ୟକ୍ଷା ସବ୍ୟରାଣୀ ବାଗ । ନିଜ ଦଳ ଭିତରେ ହିଁ ତାଙ୍କ ବିପକ୍ଷରେ ବଦନାମ ପାଇଁ ଷଡଯନ୍ତ୍ର କରାଯାଉଥିବା ଏବଂ ବିନା ପ୍ରମାଣରେ ବଦନାମ କରିବା ପାଇଁ ଏପରି ଚକ୍ରାନ୍ତ କରାଯାଉଥିବା ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.