କରୋନା ମୁକାବିଲା ଲାଗି ଗଠିତ ବୋର୍ଡରେ ମମତା ଯାହାଙ୍କୁ କଲେ ସଦସ୍ୟ, ସେହି ବ୍ୟକ୍ତି ଯୌନ ଉତ୍ପୀଡନ କେସ୍‌ରେ ଜାମିନରେ ମୁକୁଳିଛନ୍ତି

Published By : Prameya-News7 Bureau | May 04, 2020 IST

ନୂଆଦିଲ୍ଲୀ ୦୪।୦୫: ପଶ୍ଚିମବଙ୍ଗର  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କୋଭିଡ୍-୧୯ର ମୁକାବିଲା ପାଇଁ ଗ୍ଲୋବାଲ ଆଡଭାଇଜରୀ ବୋର୍ଡ ଗଠନ କରିଛନ୍ତି। ମାତ୍ର ବୋର୍ଡର ସଦସ୍ୟ ଥିବା ଥୋମାସ ଫ୍ରିଏଡେନଙ୍କ ଉପରେ ଆମେରିକାରେ ଜଣେ ମହିଳାଙ୍କ ସହ ଯୌନ ଉତ୍ପୀଡନ କରିଥିବା ଅଭିଯୋଗ  ହୋଇଛି। ଏହି ମାମଲାରେ ଫ୍ରିଡେନ୍ କୋର୍ଟରେ ମଧ୍ୟ ହାଜର ହୋଇ ସାରିଛନ୍ତି। ଏହି ମାମଲା ପରେ ସ୍ଵାସ୍ଥ୍ୟ ସେବାର ଉନ୍ନତି ଲାଗି କାମ  କରୁଥିବା ପିପୁଲ୍ସ ଫର ବେଟର ଟ୍ରିଟ୍‌ମେଣ୍ଟ(PBT) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଥୋମାସ ଆର ଫ୍ରିଡେନଙ୍କୁ ଗ୍ଲୋବାଲ ଆଡଭାଇଜରୀ ବୋର୍ଡରୁ ବହିଷ୍କାର କରିବାକୁ ଦାବି କରାଯାଇଛି। ତାଙ୍କ ଚୟନ ନେଇ ମଧ୍ୟ ପିବିଟି ପ୍ରଶ୍ନ  ଉଠାଇଛି।

ପିବିଟି ନିଜ ଚିଠିରେ ନ୍ୟୁୟର୍କ ଟାଇନ୍ସରେ ପ୍ରକାଶିତ ଏକ ଖବରକୁ ମଧ୍ୟ ଉଲ୍ଲେଖ କରିଛି। ସେଥିରେ କୁହାଯାଇଛି, ଥୋମାସ ଆର ଫ୍ରିଡେନ ଆମେରିକାର ନାଗରିକ ଅଟନ୍ତି। ଫ୍ରିଏଡେନ ଆମେରିକାର ପ୍ରାକ୍ତନ ଓବାମା ସରକାର ଅମଳରେ ୮ ବର୍ଷ ସେଣ୍ଟର ଫର ଡିସିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ବିଭାଗ ସମ୍ଭାଳି ସାରିଛନ୍ତି। ମିଠୁ ଅଭିଯାନ ପାଇଁ କାମ କରୁଥିବା ଜଣେ ମହିଳା ତାଙ୍କ ଉପରେ ଯୌନ ଉତ୍ପୀଡନର ଅଭିଯୋଗ ଆଣିଥିଲେ। ଏହି ଘଟଣା ୨୦୧୭ର। ମହିଳା ସେହି ବର୍ଷ ଜୁଲାଇରେ ଫ୍ରିଡେନଙ୍କ ବିରୋଧରେ ଆମେରିକୀ ପୋଲିସରେ ଅଭିଯୋଗ କରିଥିଲେ। ଏହା ପରେ ଫ୍ରିଏଡେନ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ।

{"id":264779,"sizeSlug":"large"}

ଏହି ମାମଲାରେ ଫ୍ରିଡେନଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। କୋର୍ଟ ଆଦେଶ ଦେଇଥିଲେ ଯେ, ଫ୍ରିଡେନ ନିଜର ପାସପୋର୍ଟ ପୋଲିସ  ଜିମାରେ ଦେବେ ଏବଂ ପୀଡିତା ସହ କୌଣସି ଯୋଗାଯୋଗ ରଖିବେ ନାହିଁ।

ପିବିଟିର ସଭାପତି କୃଣାଲ ଶାହାଙ୍କ ପକ୍ଷରୁ ଲେଖା ଯାଇଥିବା ଚିଠିରେ କୁହାଯାଇଛି ଯେ, ଫ୍ରିଡେନଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଗ୍ଲୋବାଲ ଆଡଭାଇଜରୀ ବୋର୍ଡରେ ସାମିଲ କରିବା ପୂର୍ବରୁ ତାଙ୍କ ବିଷୟରେ ନୀରିକ୍ଷଣ କରି ନାହାନ୍ତି। ଏହା ଆଶ୍ଚର୍ଯ୍ୟକର କଥା ଯେ, ଜିଏବି ତାଙ୍କୁ ସଦସ୍ୟ ଭାବେ ନାମାଙ୍କିତ କରିବା ପୂର୍ବରୁ ତାଙ୍କର ଅପରାଧିକ ପୃଷ୍ଠଭୂମି ବିଷୟରେ ଜାଣିବାକୁ ଚାହିଁନାହିଁ।

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗର ମମତା ସରକାରଙ୍କ ପକ୍ଷରୁ କୋଭିଡ୍-୧୯ ଲାଗି ଗଠିତ ଗ୍ଲୋବାଲ ଆଡଭାଇଜରୀ ବୋର୍ଡରେ ଥୋମାସଙ୍କ ବ୍ୟତୀତ ଅର୍ଥନୀତିରେ ନୋବେଲ୍ ପୁରସ୍କାର ବିଜେତା ଅଭିଜିତ ବାନାର୍ଜୀ ମଧ୍ୟ ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.