କରୋନା କାଳରେ Paytm ମାଲାମାଲ, ଚଳିତବର୍ଷ ଆୟ କରିଛି ୩,୬୨୯ କୋଟି

Published By : Prameya-News7 Bureau | September 04, 2020 IST

ନୂଆଦିଲ୍ଲୀ ୦୪।୦୯ : କରୋନା ମହାମାରୀ ସମୟରେ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଉଛି। ବିଶେଷ କରି ଟଙ୍କା ପଇସା ଲେଣଦେଣ ଡିଜିଟାଲ ପ୍ଲାଟଫର୍ମରେ କରାଯାଉଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଅନଲାଇନ୍ ପେମେଣ୍ଟ ଉପରେ ଲୋକେ ଗୁରୁତ୍ବ ଦେଉଛନ୍ତି । ସେପଟେ କରୋନା କାଳରେ ମାଲେମାଲ ହୋଇଛି ଡିଜିଟାଲ ପେମେଣ୍ଟ ଆପ୍ ‘ପେଟିଏମ୍’ ।

କରୋନା କାଳରେ ଲୋକେ ଡିଜିଟାଲ ଲେଣଦେଣ ଉପରେ ନିର୍ଭର କରୁଥିବା ବେଳେ ଫାଇଦା ଉଠାଇ ନେଇଛି ପେଟିଏମ୍ । ଚଳିତ ଆର୍ଥିକ ବର୍ଷରେ ଡିଜିଟାଲ ଆର୍ଥିକ ସେବା କମ୍ପାନୀ ପେଟିଏମ୍ର ଆୟ ବଢ଼ି ୩,୬୨୯ କୋଟିରେ ପହଞ୍ଚିଛି । ଏହାସହ ବର୍ଷ ବର୍ଷ ଧରି କମ୍ପାନୀ ସହିଥିବା ଘାଟାରେ ୪୦ ପ୍ରତିଶତ କମିଛି । ଘରଟା କମୁଛି ଆୟ ଆଶାତୀତ ବଢ଼ିଥିବା ନେଇ କମ୍ପାନୀ ପକ୍ଷରୁ ସୂଚନା ମିଳିଛି ।

ଲକ୍ଷ ଲକ୍ଷ ଭାରତୀୟଙ୍କ ଡିଜିଟାଲ ଆର୍ଥିକ ଲେଣଦେଣକୁ ସଶକ୍ତ କରିବା ଦିଗରେ ପେଟିଏମ କାର୍ଯ୍ୟ କରୁଛି ବୋଲି କମ୍ପାନୀ ସଭାପତି ମଧୁର ଦେବଡା କହିଛନ୍ତି । ଏହି ପ୍ରୟାସ ଆତ୍ମନିର୍ଭର ଭାରତ ଗଢ଼ିବା ଦିଗରେ ବେଶ ସହାୟକ ହେବ ବୋଲି ମଧ୍ୟ ସେ କହିଛନ୍ତି । ଏବେ ପେଟିଏମ୍ ମାର୍ଚେଣ୍ଟ ପାଟନର୍ସଙ୍କ ପାଇଁ ଡିଜିଟାଲ ସେବା ପ୍ରସ୍ତୁତ କରିବାକୁ ଅଧିକ ପୁଞ୍ଜି ନିବେଶ କରୁଛି ଯାହା ଦ୍ବାରା ଉଭୟ ମାରଚେଣ୍ଟ ଓ ଗ୍ରାହକ ଅଧିକ ଲାଭ ପାଇପାରିବେ ବୋଲି ମଧ୍ୟ କହିଛନ୍ତି ମଧୁର ଦେବଡା ।

୨୦୨୨ ପର୍ଯ୍ୟନ୍ତ ଲାଭ ପାଇବା ଦିଗରେ କାର୍ଯ୍ୟ ହେଉଛି । ଏହା ବ୍ୟତୀତ ପେଟିଏମ୍ ଗୋଟିଏ ପ୍ରମୁଖ ବିତ୍ତିୟ ସେବା ଦେଉଥିବା ପ୍ଲାଟଫର୍ମରେ ପରିଣତ ହେବାକୁ ପ୍ରୟାସ ଜାରି ରଖିଛି । ପେଟିଏମ୍ ମନି ଓ ପେଟିଏମ୍ ଇନସ୍ୟୁରାନ୍ସ ସର୍ଭିସେସ୍ କମ୍ପାନୀର ଟର୍ଣ୍ଣଓଭର ବଢ଼ାଇବାରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମଧୁର ଦେବଡା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.