ଆପଣବି ହୋଇ ପାରିବେ ପେଟିଏମ୍‌ର ଜଣେ ମାଲିକ, ଏହି ତାରିଖରେ କିଣିପାରିବେ ସେୟାର, ଲଞ୍ଚ ହେବ ଆଇପିଓ

Published By : Prameya-News7 Bureau | October 27, 2021 IST

ନୂଆଦିଲ୍ଲୀ, ୨୭/୧୦: ଅନ୍‌ଲାଇନ୍‌ ଟଙ୍କା ନେଣ-ଦେଣ କମ୍ପାନୀ ପେଟିଏମ୍‌ର ଆପଣ ବି ଜଣେ ମାଲିକ ହୋଇ ପାରିବେ । ଏଥିପାଇଁ ଖୁବ୍‌ଶୀଘ୍ର କମ୍ପାନୀ ସେୟାର ବଜାରରେ ପ୍ରବେଶ କରିବାକୁ ଯାଉଛି । ଏଥିପାଇଁ ପେଟିଏମ୍‌ର ପ୍ୟାରେଣ୍ଟ କମ୍ପାନୀ ୱନ୍‌୯୭ କମ୍ୟୁନିକେସନ୍‌ ଲିମିଟେଡ୍‌ର ଆଇପିଓର ତାରିଖ ଘୋଷଣା କରାଯାଇଛି । ନଭେମ୍ୱର ୮ ତାରିଖରୁ ୧୦ ତାରିଖ ମଧ୍ୟରେ ଆପଣ ଏହାର ସେୟାର କିଣି ପାରିବେ ।

ଅନ୍ୟପଟେ ନଭେମ୍ୱର ୧୮ ତାରିଖରେ ବମ୍ୱେ ଷ୍ଟକ୍‌ ଏକ୍ସଚେଞ୍ଜ ଏବଂ ନାଶ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ରେ ଲିଷ୍ଟେଡ୍‌ ହେବ । ଆଇପିଓର ଆଲର୍ଟମେଣ୍ଟ ଲିଷ୍ଟିଙ୍ଗ୍‌ର ପୂର୍ବରୁ ହୋଇଯିବ ।ଏଥି ସହିତ, ଷ୍ଟକ୍ ମାର୍କେଟରେ କମ୍ପାନୀର ଲିଷ୍ଟିଙ୍ଗ୍‌ ପରେ, ଆଇପିଓରେ ଟ୍ରେଡିଂ କରୁଥିବା ନିବେଶକମାନେ କେତେ ଲାଭ କିମ୍ବା କ୍ଷତି କରିଛନ୍ତି। ଜେପି ମୋର୍ଗାନ୍ ଚେଜ୍, ମୋର୍ଗାନ୍ ଷ୍ଟାନଲି, ଆଇସିଆଇସିଆଇ ସିକ୍ୟୁରିଟିଜ୍, ଗୋଲ୍ଡମ୍ୟାନ୍ ସାକ୍ସ, ଆକ୍ସିସ୍ କ୍ୟାପିଟାଲ୍, ସିଟି ଏବଂ HDFC ବ୍ୟାଙ୍କ ଆଇପିଓ ପାଇଁ ବୁକିଂର ପରିଚାଳକ ରହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ପେଟିଏମ୍ ଏହାର IPOକୁ ୧୮,୩୦୦ କୋଟି ଟଙ୍କାକୁ ବୃଦ୍ଧି କରିପାରେ । ଏହାପୂର୍ବରୁ, କମ୍ପାନୀ ଆଇପିଓ ମାଧ୍ୟମରେ ମୋଟ ୧୬,୬୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରିଥିଲା, ଯେଉଁଥିରେ ୮,୩୦୦ କୋଟି ଟଙ୍କାର ନୂଆ ଇସ୍ୟୁ ଏବଂ ୮,୩୦୦ କୋଟି ଟଙ୍କାର ଅଫର ଫର ସେଲ୍‌ ରହିଥିଲା । ବର୍ତ୍ତମାନ କମ୍ପାନୀର ସର୍ବ ବୃହତ ଅଂଶଧନକାରୀ ଆଲିବାବା ଗ୍ରୁପ୍‌ ଫାର୍ମ ଆଣ୍ଟ ଫାଇନାନ୍ସିଆଲ୍ ଏବଂ ସଫ୍ଟବ୍ୟାଙ୍କ ସମେତ ଅନ୍ୟ ନିବେଶକମାନେ ପେଟିଏମରେ ସେମାନଙ୍କର ଅଧିକାଂଶ ଅଂଶ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.