ପେଟିଏମ୍ ଗ୍ରାହକଙ୍କୁ ଝଟକା : ନଭେମ୍ବର ୧ତାରିଖରୁ ଲାଗୁ ହେବ ଏହି ନୂଆ ନିୟମ

Published By : Prameya-News7 Bureau | October 12, 2019 IST

ନୂଆଦିଲ୍ଲୀ ୧୨/୧୦: ଯଦି ଆପଣ ବି ପେଟିଏମ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଏହି ଖବର ବହୁତ କାମ ଦେବ କାରଣ ଏବେ ପେଟିଏମ୍ ନିଜ ଆକାଉଣ୍ଟ ହୋଲ୍ଡରଙ୍କ ପାଇଁ ଏକ ଏପରି ଘୋଷଣା କରିଛି ଯାହା କୌଣସି ଝଟକାଠୁ କମ୍ ନୁହେଁ।

{"id":169163}

ସୂଚନା ଅନୁଯାୟୀ ପେଟିଏମ୍ ଆକାଉଣ୍ଟ ହୋଲ୍ଡରଙ୍କୁ ଏବେ ତାଙ୍କ ସେଭିଙ୍ଗସରେ କମ୍ ସୁଧ ମିଳିବ। ପେଟିଏମ୍ ମୁତାବକ ଏବେ ଗ୍ରାହକଙ୍କୁ ସେଭିଙ୍ଗ ଆକାଉଣ୍ଟରେ ୩.୫ପ୍ରତିଶତ ସୁଧ ମିଳିବ। ଏହି ନୂଆ ନିୟମ ନଭେମ୍ବର ୧ତାରିଖରୁ ଲାଗୁ ହେବ।

{"id":169164}

ଏବେ ପେଟିଏମ୍ ବିନିଯୋଗ ବ୍ୟାଙ୍କର ଏମଡିଙ୍କ କହିବାନୁସାରେ ରିଜର୍ଭ ବ୍ୟାଙ୍କ ନିକଟରେ ରେପୋ ରେଟର ଚତୁର୍ଥାଂଶ ପ୍ରତିଶତ କମ୍ କରି ୫.୧୫ପ୍ରତିଶତ କରିଛି। ଗତ ୧୨ମାସରେ କେନ୍ଦ୍ର ବ୍ୟାଙ୍କ ରେପୋ ଦରରେ ୧.୩୫ପ୍ରତିଶତ କମ୍ କରିଛି। ଏହି କାରଣରୁ ପେଟିଏମ୍ ଏହି ନିଷ୍ପତ୍ତି ନେଇଛି। ଏହା ବ୍ୟତୀତ ପେଟିଏମ୍ ଗ୍ରାହକଙ୍କୁ ୧ଟଙ୍କାରେ ମଧ୍ୟ ଏଫଡି ଖାତା ଖୋଲିବାର ସୁଯୋଗ ଦେଉଛି। ପେଟିଏମ ଏଫଡିରେ ୭.୫ପ୍ରତିଶତ ସୁଧ ଦେଇଥାଏ। ପେଟିଏମରେ କରାଯାଇଥିବା ଏଫଡିରୁ ଆଂଶିକ କିମ୍ବା ପୂରା ରାଶି ବିନା କୌଣସି ଶୁଳ୍କରେ ବାହାର କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.