Paytm is Back: ଗୁଗଲ ପ୍ଲେ ଷ୍ଟୋରକୁ ଫେରିଲା ପେଟିଏମ

Published By : Prameya-News7 Bureau | September 18, 2020 IST

ନୂଆଦିଲ୍ଲୀ ୧୮।୦୯: ଗୁଗଲ ପ୍ଲେ ଷ୍ଟୋରରୁ କିଛି ଘଣ୍ଟା ପାଇଁ ଗାଏବ ହେବା ପରେ ମୋବାଇଲ ଓ୍ଵାଲେଟ୍ ଆପ୍ଲିକେସନ ପେଟିଏମ ପୁଣି ଥରେ ପ୍ଲାଟଫର୍ମକୁ ପ୍ରତ୍ୟାବର୍ତ୍ତନ କରିଛି। ପେଟିଏମ ଟ୍ଵିଟ୍ କରି ଶୁକ୍ରବାର ସନ୍ଧ୍ୟାରେ ଏହାର ସୂଚନା ଦେଇଛି। ଏହା ପୂର୍ବରୁ ଗୁଗଲ ପ୍ଲେ ଷ୍ଟୋର ପେଟିଏମ ଆପକୁ ନୀତି ନିୟମ ଉଲ୍ଲଂଘନ ଅଭିଯୋଗରେ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଥିଲା। ଗୁଗଲ ପ୍ଲେଷ୍ଟୋରର କହିବା କଥା ସେମାନେ ଗ୍ୟାବଲିଙ୍ଗ ଆପ୍‌କୁ ସମର୍ଥନ କରନ୍ତି ନାହିଁ। କିଛି ଘଣ୍ଟା ପୂର୍ବରୁ ପେଟିଏମ ୟୁଜର୍ସକୁ ଆଶ୍ଵସ୍ତି ଦେଇ କହିଥିଲା ଯେ, କମ୍ପାନୀ ଗୁଗଲ ସହିତ ମିଶି ସମସ୍ୟା ଉପରେ କାମ କରୁଛନ୍ତି। ୟୁଜର୍ସଙ୍କ ଟଙ୍କା ପେଟିଏମ ଓ୍ଵାଲେଟ୍‌ରେ ସଂପୂର୍ଣ୍ଣ ସୁରକ୍ଷିତ ଅଛି।

wp:html /wp:html

ପେଟିଏମ କହିଛି ଆମେ ନିକଟରେ ନିଜର କଞ୍ଜ୍ୟୁମର ଆପ୍‌ରେ ‘Paytm Cricket League’  ଲଞ୍ଚ କରିଥିଲୁ। ଏହି ଗେମ୍ ଗ୍ରାହକଙ୍କୁ କ୍ରିକେଟ୍‌ ପ୍ରତି ନିଜର ଉତ୍ସାହ ବୃଦ୍ଧି ହେବ ଏବଂ ଏହି ଗେମ୍ କ୍ୟାସବ୍ୟାକ୍‌ ଉପରେ ଆଧାରିତ। ଏହି ଗେମ୍ ଆଧାରରେ ୟୁଜର୍ସ ପ୍ରତି ଟ୍ରାଞ୍ଜେକ୍ସନ ପାଇଁ ଖେଳାଳିଙ୍କ ଷ୍ଟିକର୍ସ ପାଇ ପାରିବେ। ଏହାକୁ ସଂଗ୍ରହ କରିବା ପରେ ସେମାନଙ୍କୁ କ୍ୟାସବ୍ୟାକ୍ ମିଳିଥାଏ।

ପେଟିଏମ କହିଛି ଯେ, ଶୁକ୍ରବାର ଅପରାହ୍ନରେ ଗୁଗଲ ତରଫରୁ ସୂଚନା ଦିଆଯାଇଥିଲା ଯେ, ଗ୍ୟାବଲିଙ୍ଗ ସମ୍ବନ୍ଧିତ କିଛି ନିୟମର ଉଲ୍ଲଂଘନ ଆରୋପରେ ପ୍ଲେଷ୍ଟୋରରୁ ଏହି ଆପ୍‌କୁ ହଟାଯାଉଛି। ଏହି କାରଣରୁ ପେଟିଏମ ଆଣ୍ଡ୍ରୋଏଡ ଆପ୍‌କୁ ଗୁଗଲ ପ୍ଲେଷ୍ଟୋରରୁ ଅନଲିଷ୍ଟ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.