Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପେଟିଏମରେ ଘର ବା ଦୋକାନ ଭଡା ଦେଲେ ମିଳିବ ୧୦ ହଜାର ଟଙ୍କା ଲାଭ

8/06/2021 at 8:38 PM


ନୂଆଦିଲ୍ଲୀ ୦୮/୦୬ : ଯଦି ଆପଣ ବି ପ୍ରତି ମାସରେ ଘର କିମ୍ବା ଦୋକାନ ଭଡା ଦେଉଛନ୍ତି ତାହେଲେ ଆପଣଙ୍କ ପାଇଁ ଏକ ଅଫର ଅଛି । ପେଟିଏମ ଏହି ଅଫର ଦେଉଛି । ଯଦି ଆପଣ ଘର ଓ ଦୋକାନ ଭଡା ପେଟିଏମରେ ଦିଅନ୍ତି ତାହେଲେ ଆପଣଙ୍କୁ ୧୦ ହଜାର ଟଙ୍କା ଲାଭ ହେବ । ପେଟିଏମ ନିଜ ୟୁଜର୍ସଙ୍କୁ ଭଲ ସର୍ଭିସ ଦେବାକୁ ନୂଆ ନୂଆ ଫିଚର୍ସ ଆଣିଥାଏ । ବର୍ତ୍ତମାନ କମ୍ପାନୀ ୟୁଜର୍ସଙ୍କୁ ଏକ ଭଲ ମଉକା ଦେଉଛି । ପେଟିଏମରେ ରେଣ୍ଟ ଫିଚର ମାଧ୍ୟମରେ କ୍ରେଡିଟ କାର୍ଡରୁ ଘର ବା ଦୋକାନ ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭଡା ଟ୍ରାନ୍ସଫର କରିପାରିବେ । ଏଥିରେ ଆପଣଙ୍କୁ ୧୦ ହଜାର ଟଙ୍କା କ୍ୟାସ ବ୍ୟାକ ମିଳିବ ।

ଯଦି ଜଣେ ୟୁଜର୍ସ ପେଟିଏମରେ କ୍ରେଡିଟ କାର୍ଡ ମାଧ୍ୟମରେ ଭଡା ଦିଅନ୍ତି ତାହେଲେ ୧୦ ହଜାର ଟଙ୍କା ସୁନିଶ୍ଚିତ କ୍ୟାସ ବ୍ୟାକ ମିଳିବ । ନୂଆ ବା ପୁରୁଣା ୟୁଜର୍ସ ପେଟିଏମରେ ପେମେଣ୍ଟ କଲେ କ୍ରେଡିଟ କାର୍ଡ ଜାରି କରିଥିବା ବ୍ୟାଙ୍କରୁ ପୁରସ୍କାର ପରିପାରନ୍ତି । ପେଟିଏମ କିଛି ସମୟ ପୂର୍ବରୁ ଏହି ନୂଆ ଫିଚର ଆରମ୍ଭ କରିଛି । ପେଟିଏମ ମାଧ୍ୟମରେ କ୍ରେଡିଟ କାର୍ଡ ଜରିଆରେ ଭଡା ଦେଲେ ୟୁଜର୍ସଙ୍କୁ ୧ ପ୍ରତିଶତ ଅତିରିକ୍ତ ଚାର୍ଜ ଦେବାକୁ ପଡିବ । ଏଥିପାଇଁ ୟୁଜର୍ସଙ୍କୁ କ୍ୟାସବ୍ୟାକ ବା ପୁରସ୍କାର ଦିଆଯିବ ।

ଏଥିପାଇଁ ଆପଣଙ୍କୁ ପେଟିଏମ ଆପକୁ ଯାଇ ଶୋ ମୋରରେ ଲିଙ୍କ କରିବାକୁ ହେବ । ଏହାପରେ ରିଚାର୍ଜ ଓ ବିଲ ପେମେଣ୍ଟକୁ ଯିବାକୁ ହେବ । ଏହାପରେ ଭଡା ପେମେଣ୍ଟରେ କ୍ଲିକ କରିବେ । ତାପରେ ପେମେଣ୍ଟରେ ବିକଳ୍ପ ଆସିବ । ଏଠାରେ ଆପଣ ପେମେଣ୍ଟ କରିପାରିବେ । ଏଠାରେ ଆପଣ ସମସ୍ତ ପୁରୁଣା ପେମେଣ୍ଟ ବି ଟ୍ରାକ କରିପାରିବେ ।

ପେଟିଏମ ପ୍ରବକ୍ତା କହିଛନ୍ତି ଯେ, ଘର କିମ୍ବା ଦୋକାନ ଭଡା ଭାରତରେ ପ୍ରାୟ ସବୁ ଘରେ ମହତ୍ତ୍ୱପୂର୍ଣ୍ଣ । ଏହା ଆର୍ଥିକ ରୂପେ ବହୁତ ପ୍ରଭାବିତ ବି କରିଥାଏ । ସେଥିପାଇଁ କମ୍ପାନୀର ଭଡା ପେମେଣ୍ଟ ସେବା ସହ ୟୁଜର୍ସ ବର୍ତ୍ତମାନ ନିଜ କ୍ରେଡିଟ ବା ଡେବିଟ କାର୍ଡ, ୟୁପିଆଇ ନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ପେମେଣ୍ଟ କରିପାରିବେ ଓ ନିଜର ସବୁ ଖର୍ଚ୍ଚକୁ ଟ୍ରାକ କରିପାରିବେ ।

   Related Posts