Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

କ୍ରେଡିଟ୍ କାର୍ଡ଼ ଲଞ୍ଚ୍ କଲା Paytm : ପ୍ରତ୍ୟେକ ଟ୍ରାଞ୍ଜାକ୍ସନରେ ମିଳିବ କ୍ୟାସବ୍ୟାକ୍

19/10/2020 at 3:13 PM

ନୂଆଦିଲ୍ଲୀ ୧୯/୧୦: ଚୀନି କମ୍ପାନୀ Alibaba ବେକଡ Paytm ଭାରତରେ କ୍ରେଡିଟ୍ କାର୍ଡ଼ ଲଞ୍ଚ କରିଛି। କମ୍ପାନୀ କହିଛି ଯେ ଏ​ହି କ୍ରେଡିଟ୍ କାର୍ଡ଼ ସହ ସବୁଥର କିଣାରେ କ୍ୟାଶବ୍ୟାକ୍ ଅଫର ମିଳିବ।

Paytm କହିଛି ଯେ କମ୍ପାନୀ ନେକ୍ସଟ୍ ଜେନେରେସନ୍ କ୍ରେଡିଟ୍ କାର୍ଡ଼ ଲଞ୍ଚ୍ କରୁଛି। Paytmର ଟାର୍ଗେଟ୍ ଆଗାମୀ ୧୨-୧୮ମାସ ମଧ୍ୟରେ ୨୦ଲକ୍ଷ କାର୍ଡ଼ ଜାରି କରିବା।

Paytm ମୁତାବକ କମ୍ପାନୀ କ୍ରେଡିଟ୍ କାର୍ଡ଼ ପାଇଁ ଅନେକ କାର୍ଡ଼ ଇସୁ କରୁଥିବା ବ୍ରାଣ୍ଡସ୍ ସହ ମଧ୍ୟ ପାର୍ଟନରଶିପ୍ କରୁଛି ଯାହା ଜରିଆରେ କୋ-ବ୍ରାଣ୍ଡ କାର୍ଡ଼ ଜାରି କରାଯିବ।

Paytm କ୍ରେଡିଟ୍ କାର୍ଡ଼ ସହ ଅନେକ ଖାସ୍ ଫିଚର୍ସ ଦିଆଯିବ। କମ୍ପାନୀ କହିଛି ଯେ ଏହାର ବ୍ୟବହାର ଆଧାରରେ ସ୍ପେଣ୍ଡିଂ ଟିପ୍ସ ଦିଆଯିବ। ଏହାକୁ ଆପ୍ ଜରିଆରେ ମ୍ୟାନେଜ କରାଯିବ।

Paytm Credit Card ର ପିନ୍ ଆପ୍ ଜରିଆରେ ବଦଳି ପାରିବେ,ବ୍ଲକ୍ କରି ପାରିବେ ଏବଂ ଆଡ୍ରେସ୍ ଅପଡେଟ୍ କରି ପାରିବେ। କମ୍ପାନୀ କହିଛି ଯେ ୟୁଜର୍ସ ନିଜ କ୍ରେଡିଟ୍ କାର୍ଡ଼କୁ ରିୟଲ୍ ଟାଇମ୍ ମ୍ୟାନେଜ କରିପାରିବେ।

କାର୍ଡ଼ ସହ ଫ୍ରଡ୍ ପାଇଁ ଇନସ୍ୟୁରାନ୍ସ ମଧ୍ୟ ଦିଆଯିବ। କମ୍ପାନୀ କହିଛି ଯେ ପ୍ରତ୍ୟେକ ଟ୍ରାଞ୍ଜାକ୍ସନ ସହ ଗ୍ରାହକଙ୍କୁ କ୍ୟାଶବ୍ୟାକ୍ ମିଳିବ। କ୍ୟାଶବ୍ୟାକ୍ ପେଟିଏମ୍ ଗିଫ୍ଟ ଭାଉଚର ଭାବେ ରହିବ ଯାହାକୁ ପେଟିଏମ୍ ଇକୋସିଷ୍ଟମରେ ବ୍ୟବହାର କରି ପାରିବେ।

Paytm Credit Card ଇସୁ କରିବା ପାଇଁ କମ୍ପାନୀ ଗ୍ରାହକଙ୍କ କ୍ରେଡିଟ୍ ସ୍କୋର ଏବଂ ପେଟିଏମ୍ ଟ୍ରାଞ୍ଜାକ୍ସନ ହିଷ୍ଟ୍ରି/ପରଚେଜ ପ୍ୟାଟର୍ଣ୍ଣକୁ ଆଧାର କରିବ।

Paytm Credit Card ଆପ୍ଲିକେସନର ପ୍ରୋସେସ ମଧ୍ୟ ଡିଜିଟାଲ୍ ହେବ। ପେଟିଏମ୍ ଆପ୍‌ରେ କାର୍ଡ଼ ପାଇଁ ଏକ ଡେଡିକେଟେଡ ସେକ୍ସନ୍ ହେବ ଯେଉଁଠାରୁ ଗ୍ରାହକ ଏହାକୁ ମ୍ୟାନେଜ କରିପାରିବେ।

   Related Posts