ଆସିଲାଣି ଭୋଟ୍ ବେଳ: ଚର୍ଚ୍ଚାରେ ଜୟପୁରର ପୂର୍ବତନ ବିଧାୟକ ରବି ନନ୍ଦଙ୍କ ମୁଣ୍ଡିଆମରା ରାଜନୀତି

Published By : Prameya-News7 Bureau | January 09, 2019 IST

ଜୟପୁର ୯|୧: ଆସିଲାଣି ଭୋଟ ବେଳ । ଜମିଲାଣି ନେତାଙ୍କ ପ୍ରଚାର । ଜନତାଙ୍କ ଗୋଡ଼ତଳେ ପଡ଼ି ଯେନତେନ ପ୍ରକାରେ ଭୋଟ ହାତେଇବାକୁ ଚାଲିଲାଣି ଚେଷ୍ଟା । ଏମିତିରେ ଏବେ ଜୟପୁର ରାଜନୀତିରେ  ବିଜେଡି ନେତା ରବି ନନ୍ଦଙ୍କ ମୁଣ୍ଡିଆମରା ରାଜନୀତିକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା । ବରିଷ୍ଠ ନାଗରିକଙ୍କୁ ନୂଆବର୍ଷର ଶୁଭେଚ୍ଛା ଆଳରେ ପୂର୍ବତନ ବିଧାୟକଙ୍କ ଏଭଳି ଆକ୍ଟିଭିଟିକୁ ଦେଖି କେହି କେହି କହୁଛନ୍ତି କହିଁ ପେ ନିଗାହେଁ କହିଁପେ ନିଶାନା ନୀତିରେ ଚାଲିଛନ୍ତି ନନ୍ଦେ ଆଜ୍ଞା ।

{"id":72041}

ନେତାଙ୍କର ମୁଣ୍ଡିଆ ନେବାର ବେଳ ସରିଗଲାଣି । ଏଥର ଜନତାଙ୍କ ପାଳି । ମାନେ ଜନତାଙ୍କୁ ଏବେ ମୁଣ୍ଡିଆ ମାରିବାର ସମୟ । କାହିଁକି ନା’ ଆସିଗଲାଣି ଭୋଟ ବେଳ । ଉପରେ ଉପରେ ଉଡ଼ିବା ଛାଡ଼ି ଏବେ ତଳକୁ ଓହ୍ଲାଇଲେଣି ନେତା ।  ଜମିଲାଣି ଭୋଟ ରାଜନୀତି । ଜୟପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ରବି ନନ୍ଦଙ୍କ ଏଭଳି ପ୍ରଚାର ଶୈଳିକୁ ଦେଖିଲେ ଆପଣଙ୍କୁ ଆଉ କିଛି ଅବୁଝା ରହିବ ନାହିଁ । ଜଣ ଜଣ କରି ଦେଢ଼ ଶହ ଲୋକଙ୍କୁ ଏମିତି ମୁଣ୍ଡିଆ ମାରିଛନ୍ତି ନନ୍ଦେ ଆଜ୍ଞା । ଅବଶ୍ୟ ଏଥିପାଇଁ ତାଙ୍କୁ ଖୁବ୍‌ ଝାଳନାଳ ବି ହେବାକୁ ପଡ଼ିଛି । ହେଲେ କ’ଣ ହେଲା । ଏବେ ଟିକେ କଷ୍ଟ କରିଥିଲେ ଆଗକୁ ଆଶୀର୍ବାଦ ମିଳିବ ସେଇ ଆଶା ତାଙ୍କୁ ଅଧିକ ଉତ୍ସାହିତ ବି କରିଛି । ଏ ସମ୍ପର୍କରେ ଗଡ଼ ଗଡ଼ କରି ଭାରତୀୟ ପରମ୍ପରାର ଦ୍ବାହି ବି ଦେଇଛନ୍ତି ।

{"id":72042}

ମଉକା ଥିଲା ନୂଆବର୍ଷ ଶୁଭେଚ୍ଛା ବାଣ୍ଟିବାର । ଆଉ ଏଇ ମଉକାରେ ରବିବାବୁ ନିଜ ନିର୍ବାଚନମଣ୍ଡଳିର ବରିଷ୍ଠ ନାଗରିକଙ୍କୁ ଫୁଲମାଳ ପିନ୍ଧାଇଲେ, ଗୀତାବହି ଓ ଗୋଲାପଫୁଲ ବାଣ୍ଟିଲେ ଆଉ ମୁଣ୍ଡିଆ ମାରି ଆଶୀର୍ବାଦ ନେଲେ । ହେଲେ ନନ୍ଦେ ଆଜ୍ଞାଙ୍କର ଏଭଳି ଆକ୍ଟିଭିଟି ଏବେ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । କୁହାଯାଉଛି କୁଆଡ଼େ ଜୟପୁର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇପାରେ । ତେଣୁ ଏଇ ମଉକାରେ ରବିବାବୁ ନିଜ ପତ୍ନୀଡଃ. ଇନ୍ଦିରା ନନ୍ଦଙ୍କୁ ପଲିଟିକ୍‌ସର ମଇଦାନରେ ଉତାରିଛନ୍ତି । ୟାକୁ ହିଁ କହନ୍ତି କହିଁ ପେ ନିଗାହେଁ କହିଁପେ ନିଶାନା । 

{"id":72043}

୨୦୦୦ରୁ ୨୦୦୯ ଭିତରେ ଲଗାତର ୩ଥର ଜୟପୁରର ବିଧାୟକ ହୋଇଛନ୍ତି ରବି ନନ୍ଦ । ତିନି ଥର ମନ୍ତ୍ରୀପଦ ବି ମିଳିଛି । ହେଲେ ୨୦୧୪ରେ ତାଙ୍କର ସାଥ୍‌ ଦେଇନଥିଲେ ଜୟପୁର ଭୋଟର । ହେଲେ ଏଥର ଯେନତେନ ପ୍ରକାରେ ପୁଣି ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.