ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ମିଳିଲା ଜାମିନ୍

Published By : Prameya-News7 Bureau | December 18, 2019 IST

ବୁନ୍ଦି ୧୮|୧୨: ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ରାଜସ୍ଥାନର ବୁନ୍ଦି ପୋଲିସ୍ ହେପାଜତକୁ ନେଇଥିଲା। ଦେଶର ପ୍ରଥମ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବାପା ମୋତିଲାଲ ନେହେରୁଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ପାୟଲ।

{"id":199154,"sizeSlug":"large"}

କେବଳ ସେତିକି ନୁହେଁ ପୂର୍ବରୁ ମଧ୍ୟ ପାୟଲ, ଜବାହରଲାଲ ନେହେରୁଙ୍କୁ ନେଇ ବିବାଦୀୟ ଟିପ୍ପଣି ଦେଇଥିଲେ। ଏକ ଭିଡିଓରେ ପାୟଲ ଆପତ୍ତିଜନକ ଟିପ୍ପଣୀ କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। ଏହା ସହ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପତ୍ନୀଙ୍କୁ ବଦନାମ କରିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା।

{"id":199155,"sizeSlug":"large"}

ପାୟଲଙ୍କୁ ୯ଦିନ ପାଇଁ ବିଚାରବିଭାଗୀୟ ଜେଲକୁ ପଠାଯାଇଥିଲା । ସୂଚନାଯୋଗ୍ୟ ଯେ, ଏବେ ପାୟଲ ରୋହତଗିଙ୍କୁ ଜାମିନ ମିଳିଯାଇଛି। ଦୁଇଟି ମାମଲା ପାଇଁ ୨୫- ୨୫ ହଜାର ଟଙ୍କା ଦାଖଲ କରିବା ପରେ ତାଙ୍କୁ ଜାମିନ ମିଳିଥିବା ଖବର ଆସିଛି। ରାଜସ୍ଥାନର ଏକ ଜେଲ୍‌ରେ ପ୍ରଥମ ରାତି ଅପରାଧିମାନଙ୍କ ସହ କାଟିଥିଲେ ପାୟଲ। ଡିସେମ୍ବର ମାସ ୧୫ ତାରିଖରେ ବୁନ୍ଦି ପୋଲିସ ଏହି ମାମଲାରେ ପାୟଲଙ୍କୁ ଗିରଫ କରିଥିଲା ଓ ଗତ କାଲି ତାଙ୍କୁ ବେଲ୍‌ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.