Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

CAA ପ୍ରସଙ୍ଗରେ ଚିଦାମ୍ବରମଙ୍କୁ ଘେରିଲେ ପାୟଲ ରହତୋଗୀ, ଜାଣନ୍ତୁ ସୋସିଆଲ ମିଡିଆରେ ରିଟ୍ୱିଟ୍ କରିଛନ୍ତି କ’ଣ

20/12/2019 at 9:41 PM

ଜୟପୁର ୨୦।୧୨:  ଗାନ୍ଧି ନେହେରୁ ପରିବାର ସମ୍ପର୍କରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିଥିଲେ ଅଭିନେତ୍ରୀ ପାୟଲ ରହତୋଗୀ। ଏଥିଲାଗି ତାଙ୍କୁ ଗିରଫ କରାଯାଇଥିବା ବେଳେ ଦିନକ ଲାଗି ଜେଲରେ ବି ରଖାଯାଇଥିଲା। ତେବେ ଜାମିନରେ ଜେଲରୁ ମୁକୁଳିବା ପରେ ପୁଣି ସୋସିଆଲ ମିଡିଆରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏଥିରେ ସେ ନିକଟରେ ଆଇଏନଏକ୍ସ ମିଡିଆ ମାମଲାରେ ଜାମିନ ପାଇଥିବା ବରିଷ୍ଠ କଂଗ୍ରେସ୍ ନେତା ପି. ଚିଦାମ୍ବରମଙ୍କୁ ଘେରିଛନ୍ତି।

ପାୟଲ ଚିଦାମ୍ବରମ ସୋସିଆଲ ମିଡିଆରେ ଲେଖକ ରାମ ଗୁହାଙ୍କ ଗିରଫକୁ ନେଇ କରିଥିବା ଟ୍ୱିଟ୍‌ରେ ପାୟର ରି ଟ୍ୱିଟ୍‌ କରିଛନ୍ତି। ଯେଉଁଥିରେ ‘ତାଙ୍କୁ ବି  ବିନା ଦୋଷରେ ଗିରଫ କରାଯାଇଥିଲା’ ବୋଲି ପାୟଲ ଉଲ୍ଲେଖ କରିଛନ୍ତି। କୌଣସି ନିୟମ କାନନୁ ଭାଙ୍ଗି ନଥିବା ବେଳେ ତାଙ୍କୁ ପୋଲିସ ଘରୁ ଉଠାଇ ନେଇଥିଲା । ଏଣୁ ଅଭିବ୍ୟକ୍ତିର ଅଧିକାର ସମ୍ପର୍କରେ ଲେଖିବା ବେଳେ ସାର ଟିକେ ଭାବିକି ଲେଖନ୍ତୁ ବୋଲି ପାୟଲ ଲେଖିଛନ୍ତି। କାରଣ ତାଙ୍କ ଘରେ କେହି ନଥିବା ବେଳେ ପୋଲିସ ତାଙ୍କୁ ଉଠାଇ ନେଇଥିଲା ବୋଲି ଲେଖିଛନ୍ତି ପାୟଲ।

ତେବେ ଚିଦାମ୍ବରମ ତାଙ୍କ ଗିରଫଦାରୀ ପରଠାରୁ ସରକାରଙ୍କ ଉପରେ ଖପ୍ପା ହୋଇଯାଇଛନ୍ତି। ସବୁକ୍ଷେତ୍ରରେ ସେ ବିଜେପି ସରକାର ଦ୍ୱାରା ହେଉଥିବା ଉଲ୍ଲଂଘନ କଥା ଉଠାଉଛନ୍ତି। ଏଥିରେ ସିଏଏକୁ ବିରୋଧ କରି ଲେଖକ ରାମ ଗୁହା ୧୪୪ ଧାରା ଉଲ୍ଲଂଘନ କରିନଥିଲେ ବି ପୋଲିସ ତାଙ୍କୁ ଧରି ନେଉଥିବାରୁ ଚିଦାମ୍ବରମ ଆପତ୍ତି କରିଥିଲେ। ଏଣୁ ପାୟଲ ତାଙ୍କ ଟ୍ୱିଟ୍‌ରେ ରିଟ୍ୱିଟ୍ କରି କଂଗ୍ରେସ ଶାସିତ ରାଜ୍ୟରେ ଅଭିବ୍ୟକ୍ତିର ଅଧିକାର କିପରି ତାହା ତାଙ୍କୁ ସୂଚାଇ ଦେଇଛନ୍ତି।   

   Related Posts