ଭୟଙ୍କର ଅପରାଧୀଙ୍କ ମେଳରେ ପାୟଲ : ଭୟରେ କଟିଲା ଗୋଟିଏ ରାତି

Published By : Prameya-News7 Bureau | December 17, 2019 IST

ବୁନ୍ଦି ୧୭/୧୨: ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ରାଜସ୍ଥାନର ବୁନ୍ଦି ପୋଲିସ୍ ହେପାଜତକୁ ନେଇଛି। ପାୟଲ ରୋହତଗୀଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବାପା ମୋତିଲାଲ ନେହେରୁଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ପାଇଁ ଗିରଫ କରାଯାଇଛି। ଏହା ପୂର୍ବରୁ ପାୟଲ ରୋହତଗୀଙ୍କୁ ଏକ ଭିଡିଓରେ ଆପତ୍ତିଜନକ ଟିପ୍ପଣୀ କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ପାୟଲ ରୋହତଗୀ ସ୍ବାଧୀନତା ସଂଗ୍ରାମୀ ମୋତିଲାଲ ନେହେରୁଙ୍କ ପରିବାର ବିରୋଧରେ ଭିଡିଓରେ ଭିଡିଓରେ ଆପତ୍ତିଜନକ ଟିପ୍ପଣୀ କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପତ୍ନୀଙ୍କୁ ବଦନାମ କରିବାର ଅଭିଯୋଗ ହୋଇଥିଲା।

{"id":198871,"sizeSlug":"large"}

ପାୟଲ ରୋହତଗୀଙ୍କୁ ୯ଦିନ ପାଇଁ ବିଚାରବିଭାଗୀୟ ଜେଲକୁ ପଠାଯାଇଛି। ତାଙ୍କୁ ଜେଲରେ ସାଧାରଣ ଖାଦ୍ୟ ପରଷାଯାଇଥିଲା। ତାଙ୍କ ସହ ଅନ୍ୟ ୫ଜଣ ମହିଳା କଏଦୀ ମଧ୍ୟ ଥିଲେ। ଅନ୍ୟ ମହିଳା କଏଦୀମାନେ ହତ୍ୟା,ଲୁଣ୍ଠନ ଏବଂ ଅନ୍ୟାନ୍ୟ ଅପରାଧ ମାମଲାରେ ସଂଶ୍ଲିଷ୍ଟ ।

{"id":198872,"sizeSlug":"large"}

ବିଚାରବିଭାଗୀୟ ହେପାଜତରେ ପାୟଲ ରୋହତଗୀଙ୍କୁ ତାଙ୍କ ନିଜ ପୋଷାକ ପିନ୍ଧିବାକୁ ଅନୁମତି ଦିଆଯାଇଛି। ପାୟଲଙ୍କୁ ଜେଲରେ ଟିଭି ଦେଖିବା ସହ ଖବରକାଗଜ ପଢ଼ିବାର ଅନୁମତି ମଧ୍ୟ ମିଳିଛି।

{"id":198874,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.