Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଅନୁରାଗ କଶ୍ୟପଙ୍କ ବିରୋଧରେ ପାୟଲ ଘୋଷଙ୍କ ଯୌନ ଶୋଷଣ ଅଭିଯୋଗ ପରେ ଅନୁରାଗଙ୍କ ପ୍ରତିକ୍ରିୟା-‘ଏବେ ତ ଆରମ୍ଭ ମାତ୍ର’

20/09/2020 at 4:40 PM

ମୁମ୍ବାଇ ୨୦/୦୯ : ଅଭିନେତ୍ରୀ ପାୟଲ ଘୋଷ ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଲଗାଇଛନ୍ତି । ଏନେଇ ଅନୁରାଗ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ‘ଏବେ ଆହୁରି ଆକ୍ରମଣ ବାକି ଅଛି । ଏବେ ତା ଆରମ୍ଭ ମାତ୍ର । ମୋତେ ଚୁପ କରାଇବାକୁ ଚେଷ୍ଟା କରି କେତେ ସମୟ ଗଲାଣି । ମୋତେ ଚୁପ କରାଇବା ଚକ୍କର ଜଣେ ମହିଳା ହୋଇ ଅନ୍ୟ ମହିଳାଙ୍କୁ ମଧ୍ୟ ଏଥିରେ ଘୋସାଡୁଛନ୍ତି । ଟିକିଏ ମର୍ଯ୍ୟାଦା ରଖନ୍ତୁ ମ୍ୟାଡ଼ାମ । ଆପଣଙ୍କ ସବୁ ଆରୋପ ଭିତ୍ତିହୀନ ।’

ସୂଚନା ଅନୁଯାୟୀ, ଅଭିନେତ୍ରୀ ପାୟଲ ନିଜେ ସୋସିଆଲ ମିଡ଼ିଆ ଜରିଆରେ ଅନୁରାଗ କଶ୍ୟପଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । ପାୟଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ସାହାଯ୍ୟ ମାଗିଛନ୍ତି । ଏହାପରେ କଙ୍ଗନା ରଣାବତଙ୍କ ଠାରୁ ମହିଳା ଆୟୋଗ ଯାଏଁ ପାୟଲଙ୍କ ସମର୍ଥନରେ ଅନୁରାଗ କଶ୍ୟପ ବିରୋଧରେ ଛିଡା ହୋଇଛନ୍ତି ।

   Related Posts