ରାମଦାସ ଅଠାଓ୍ଵଲେଙ୍କ ପାର୍ଟିରେ ସାମିଲ ହେଲେ ଅଭିନେତ୍ରୀ ପାୟଲ ଘୋଷ, ଅନୁରାଗ କଶ୍ୟପଙ୍କ ବିରୋଧରେ ଲଗାଇଥିଲେ ଯୌନ ଶୋଷଣ ଅଭିଯୋଗ

Published By : Prameya-News7 Bureau | October 26, 2020 IST

ମୁମ୍ବାଇ ୨୬।୧୦: ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଲଗାଇଥିବା ଅଭିନେତ୍ରୀ ପାୟଲ ଘୋଷ ଆଜି ରିପ୍ଲବିକନ ପାର୍ଟି ଅଫ ଇଣ୍ଡିଆ(ଆରପିଆଇ)ରେ ଯୋଗ ଦେଇଛନ୍ତି। ପାୟଲ ପାର୍ଟିର ପ୍ରମୁଖ ତଥା କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାଓ୍ଵଲେଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି।

ରାମଦାସ ଅଠାଓ୍ଵଲେ କହିଛନ୍ତି, ପାର୍ଟିରେ ଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି  ଏବଂ ତାଙ୍କୁ ଦଳରେ ସ୍ଵାଗତ କରୁଛି। ତାଙ୍କୁ ପାର୍ଟିର ମହିଳା ଶାଖାର ଉପସଭାପତି କରାଯାଇଛି। ଅଠାଓ୍ଵଲେ କହିଛନ୍ତି, ଅନୁରାଗ କଶ୍ୟପଙ୍କୁ ଯିଏ ଘାୟଲ କରିଛି ସେ ହେଉଛନ୍ତି ପାୟଲ।

କଶ୍ୟପଙ୍କ ଉପରେ ଭାରତୀୟ ଦଣ୍ଡ ବିଧାନର ଧାରା ୩୭୬(ବଳାତ୍କାର), ୩୫୪(ମହିଳାଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରିବା), ୩୪୧, ୩୪୨ ଆଧାରରେ ଅଭିଯୋଗ ହୋଇଛି। ଏଫଆଇଆର ରୁଜୁ ହେବା ପରେ ମୁମ୍ବାଇ ପୁଲିସ କଶ୍ୟପଙ୍କୁ ପଚରାଉଚୁରା ପାଇଁ ଡକାଇଥିଲେ। ଏହି ସମୟରେ ଅନୁରାଗଙ୍କୁ ପ୍ରାୟ ୮ ଘଣ୍ଟା ଜେରା କରାଯାଇଥିଲା।

{"id":351022,"sizeSlug":"large"}

ଉଲ୍ଲେଖଯୋଗ୍ୟ, ଗତ ଦିନରେ କେନ୍ଦ୍ର ମନ୍ତ୍ରୀ ଅଠାଓ୍ଵଲେ ପାୟଲ ଘୋଷଙ୍କୁ ସାକ୍ଷାତ କରିଥିଲେ। ସେ ପାୟଲଙ୍କୁ ଭରସା ଦେଇଥିଲେ ଯେ, ତାଙ୍କ ପାର୍ଟି ନ୍ୟାୟର ଲଢେଇରେ ତାଙ୍କ ସହିତ ଅଛନ୍ତି। ଆମେ ଆପଣଙ୍କ ସହିତ ଅଛୁ।

କେନ୍ଦ୍ର ମନ୍ତ୍ରୀ ଅଠାଓ୍ଵଲେ ନିଜର ଏହି ପୋଷ୍ଟ ସହିତ ପାୟଲଙ୍କ ସହିତ ନିଜର ସାକ୍ଷାତର ଫଟୋ ମଧ୍ୟ ସେୟାର କରିଥିଲେ। ଉଲ୍ଲେଖନୀୟ ଏହା ପୂର୍ବରୁ ପାୟଲ, ରାମଦାସ ଅଠାଓ୍ଵଲେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟିବାକୁ ଯାଇଥିଲେ। ସେହି ସମୟରେ ଅଠାଓ୍ଵଲେ ପାୟଲଙ୍କୁ ନ୍ୟାୟ ଦେବାକୁ ଭରସା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.