କଙ୍ଗନାଙ୍କ ପରେ ‘ଓ୍ବାଇ’ ସିକ୍ୟୁରିଟି ଦାବି କଲେ ପାୟଲ ଘୋଷ, କହିଲେ- ଜୀବନ ପ୍ରତି ବିପଦ ଅଛି

Published By : Prameya-News7 Bureau | September 29, 2020 IST

ନୂଆଦିଲ୍ଲୀ ୨୯/୦୯: ଅଭିନେତ୍ରୀ ପାୟଲ ଘୋଷ ନିର୍ଦେଶକ ଅନୁରାଗ କଶ୍ୟପ ତାଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଥିଲେ। ଏ ନେଇ ସେ ବର୍ସୋବା ପୋଲିସ ଷ୍ଟେସନରେ ଅନୁରାଗଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତେବେ ପାୟଲଙ୍କ ସମସ୍ତ ବୟାନକୁ ଖଣ୍ଡନ କରିଥିଲେ ଅନୁରାଗ। ଏହା ସହ ଅନେକ କିଛି କଥା ମଧ୍ୟ ପାୟଲଙ୍କୁ କହିଥିଲେ। ଏବେ କିନ୍ତୁ ପାୟଲ ‘ଓ୍ବାଇ’ ସିକ୍ୟୁରିଟି ଦାବି କରିଛନ୍ତି।

{"id":336099,"sizeSlug":"large"}

ଆଜି (ମଙ୍ଗଳବାର) ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ସେ ଭେଟିଛନ୍ତି। ଏହି ଅବସରରେ ଏଭଳି ସିକ୍ୟୁରିଟି ସେବା ସେ ନିଜ ପାଇଁ ଦାବି କରିଛନ୍ତି। ଅଭିନେତ୍ରୀଙ୍କ କହିବା କଥା ଯେବେଠୁ ସେ ଅନୁରାଗଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ସେବେଠୁ ତାଙ୍କୁ ଓ ତାଙ୍କ ଓକିଲଙ୍କୁ ଜୀବନକୁ ମାରିଦେବାର ଧମକ ମିଳୁଛି। ତାଙ୍କ ଓକିଲ ନୀତିନ ସପୁତେ ଓ ସେ ଟ୍ବିଟ୍ କରି ମଧ୍ୟ ଏହି କଥା କହିଛନ୍ତି।

wp:core-embed/twitter {"url":"https://twitter.com/iampayalghosh/status/1310867445570310144","type":"rich","providerNameSlug":"twitter","className":""}
https://twitter.com/iampayalghosh/status/1310867445570310144
/wp:core-embed/twitter

ତେବେ କିଛି ଦିନ ହେବ ପାୟଲ ମୁମ୍ବାଇ ପୋଲିସ ଉପରେ ପ୍ରଶ୍ନ ଉଠାଇ ଟ୍ବିଟ୍ କରି କହିଥିଲେ ‘‘ଅପରାଧୀ ବିରୋଧରେ ମାମଲା ରୁଜୁ କରିବା ପରେ ତାଙ୍କୁ ଜେରା କରିବା ବଦଳରେ ମୋତେ ଜେରା କରାଯାଉଛି। ଅପରାଧୀ ଆରାମରେ ଘରେ ବସିଛି। କ’ଣ ମୋତେ ନ୍ୟାୟ ମିଳିବ?’’ ଏହା ସହ ଏହି ଟ୍ବିଟକୁ ପାୟଲ ଅମିତ ଶାହ, ପିଏମଓ ଇଣ୍ଡିଆ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.