ସିଂହଦ୍ବାର ସମ୍ମୁଖରେ ପୟାଶ୍ରାଦ୍ଧ ମନା, ଶ୍ରଦ୍ଧାଳୁଙ୍କୁ ଘରେ ରହି ପିଣ୍ଡଦାନ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି କଲେ ଅନୁରୋଧ

Published By : Prameya-News7 Bureau | November 12, 2020 IST

ପୁରୀ ୧୨।୧୧: ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପିଣ୍ଡଦାନ କରିପାରିବେନି ସାଧାରଣ ଲୋକ । ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପୟା ଶ୍ରାଦ୍ଧ ବା ପିଣ୍ଡଦାନ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । ଘରେ ରହି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ବା ପିଣ୍ଡଦାନ କରିବାକୁ ଲୋକମାନଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ଅନୁରୋଧ କରାଯାଇଛି । ଏ ନେଇ କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ସୂଚନା ଦେଇଛନ୍ତି ।

{"id":360461,"sizeSlug":"large"}

ବଡ଼ ବଡୁଆ ହୋ, ଅନ୍ଧାରେ ଆସ, ଆଲୋକେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, ଶ୍ରୀକ୍ଷେତ୍ର ଯାଅ, ବାଇଶି ପାହାଚେ ଗଡ଼ ଗଡ଼ଉ ଥାଅ ।… ମହାଳୟାରେ ମର୍ତ୍ତ୍ୟକୁ ଆସିଥିବା ପିତୃପୁରୁଷଙ୍କ ପ୍ରତ୍ୟାବର୍ତ୍ତନର ଦିନ ହଉଛି ଦୀପାବଳି । ଦୀପାବଳି ଅବସରରେ ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁ ବାଇସି ପାହାଚରେ ପୟାଶ୍ରାଦ୍ଧ ଦେବା ସହ ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଥାନ୍ତି ।

{"id":360462,"sizeSlug":"large"}

ଏହି ଅବସରରେ ଶ୍ରଦ୍ଧାଳୁ ଦଶ ବିଶ୍ବଦେବ ଓ ଋଷିମାନଙ୍କୁ ମଧ୍ୟ ପିଣ୍ଡ ଓ ଶ୍ରାଦ୍ଧ ଦେଇଥାନ୍ତି । ଏଥିପାଇଁ ପ୍ରତିବର୍ଷ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥାଏ । ମାତ୍ର କୋଭିଡ୍ କଟକଣା ଯୋଗୁଁ ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବାକୁ ବାରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.