କୁକୁରର ଦେଖାଶୁଣା କଲେ ବାର୍ଷିକ ଦରମା ମିଳିବ ୨୯ ଲକ୍ଷ ଟଙ୍କା, ପୁଣି ରହିବା ପାଇଁ ଦିଆଯିବ ଆଲିଶାନ ବଙ୍ଗଳା

Published By : Prameya-News7 Bureau | November 28, 2019 IST

ନାଇଟସ୍‌ବ୍ରିଜ୍୨୮/୧୧: ବର୍ତ୍ତମାନ ସମୟରେ ଉଚ୍ଚ ଶିକ୍ଷିତ ଯୁବକ ଓ ଯୁବତୀଙ୍କୁ ଚାକିରି ମିଳିବା କଷ୍ଟକର ହୋଇପଡ଼ିଛି। ହେଲେ ୨ଟି କୁକୁରର ଦେଖାଶୁଣା କଲେ ବାର୍ଷିକ ୨୯ ଲକ୍ଷ ଟଙ୍କା ମିଳିବ। ପ୍ରଥମେ ଏହି କଥା ଯିଏ ଶୁଣିବେ ତାଙ୍କୁ ମିଛ ଭଳି ଲାଗିବ। କିନ୍ତୁ ଏହା ସତ୍ୟ। ଯେଉଁ ବ୍ୟକ୍ତି ଏହି ୨ଟି କୁକୁରର ଯତ୍ନ ନେବେ ତାଙ୍କୁ ବାର୍ଷିକ ୨୯ ଲକ୍ଷ ଟଙ୍କା ଏବଂ ଛଅ ମହଲା ବିଶିଷ୍ଟ ଏକ ଆଲିଶାନ ବଙ୍ଗଳା ଦିଆଯିବ। ଲଣ୍ଡନର ନାଇଟସ୍‌ବ୍ରିଜରେ ରହୁଥିବା ଏକ ଦମ୍ପତି ଏଭଳି ଆବେଦନ ପ୍ରକ୍ରିୟା ବାହାର କରିଛନ୍ତି।

{"id":191245,"sizeSlug":"large"}

ସୂଚନାଯୋଗ୍ୟ ଯେ ଏହି ଦମ୍ପତି ନିଜ କାର୍ଯ୍ୟରେ ସବୁବେଳେ ବ୍ୟସ୍ତ ରହନ୍ତି। ସେମାନେ ଘରେ ଦୁଇଟି ଗୋଲଡେନ୍‌ ରିଟ୍ରାଭର କୁକୁର ରଖିଛନ୍ତି। ସ୍ବାମୀ ଓ ସ୍ତ୍ରୀ ଉଭୟ ନିଜ କାମରେ ଘରୁ ବାହାଯିବା ପରେ ଏହି ୨ଟି କୁକୁରର ଦେଖାଶୁଣା କରିବା ପାଇଁ କେହି ନାହାନ୍ତି। ସେଥିପାଇଁ  ଜଣେ ବ୍ୟକ୍ତିର ଆବଶ୍ୟକ ରହିଛି। ତେଣୁ ଏହି ଦମ୍ପତି ଓ୍ବେବସାଇଟ୍‌ରେ ଏକ ଆବେଦନ ପ୍ରକ୍ରିୟା ବାହାର କରିଛନ୍ତି।

{"id":191255,"sizeSlug":"large"}

ଏଥିପାଇଁ ଦମ୍ପତି ସିଲଭର ସ୍ବାନ ସର୍ଚ୍ଚ ନାମକ ଓ୍ବେବସାଇଟ୍‌ରେ ଏହି ଆବେଦନ ପ୍ରକ୍ରିୟା ବାହାର କରିଥିଲେ। ଲଣ୍ଡନର ନାଇଟସ୍‌ବ୍ରିଜରେ ରହୁଥିବା ଦମ୍ପତିଙ୍କ କୁକୁରର ଯତ୍ନ ନେବା ପାଇଁ ବ୍ୟକ୍ତିଙ୍କ ଯୋଗ୍ୟତା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। କୁକୁର ଯତ୍ନ ନେବା ସହ ଘରର ଅନ୍ୟ କାମ ଓ ସବୁ ଭାଷାର ଜ୍ଞାନ ସେହି ବ୍ୟକ୍ତିଙ୍କ ପାଖରେ ଥିବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.